ଜଗତସିଂହପୁର: ମନରେଗା କାମରେ ଦୁର୍ନୀତି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଗୋପାଳପୁର ପଞ୍ଚାୟତରେ ମନରେଗା କାମକୁ ନେଇ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ତଦନ୍ତ କରି ଆସନ୍ତା ଛଅ ସପ୍ତାହ ଭିତରେ ପଞ୍ଚାୟତରାଜ ବିଭାଗ ପକ୍ଷରୁ ଅର୍ଥ ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।
ସୂଚନାଅନୁସାରେ,2018-19 ଆର୍ଥିକ ବର୍ଷରେ ଗୋପାଳପୁର ପଞ୍ଚାୟତର ପ୍ରଧାନ ସାହି ପୋଖରୀ ପୁନଃରୁଦ୍ଧାର ଓ ସତ୍ୟ ନାରାୟଣଙ୍କ ମଠରେ ମାଟି ପଡିବା କାର୍ଯ୍ୟରେ ଅନିୟମିତତା ହୋଇଥିଲା। ଏହି କାମ ପାଇଁ 5 ଲକ୍ଷ,68 ହଜାର 179 ଟଙ୍କାର ବିଲ ପ୍ରସ୍ତୁତ କରାଯାଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଥିଲେ। ପଞ୍ଚାୟତ ଲୋକଙ୍କୁ କାମ ମିଳି ନଥିବା କହିଛନ୍ତି ଗ୍ରାମବାସୀ ।