ଓଡିଶା

odisha

ETV Bharat / state

କୋରୋନା ପାଇଁ ସଜାଗ ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ - କରୋନା ପାଇଁ ସଜାଗ ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ

କୋରୋନା ପାଇଁ ସଜାଗ ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ବିଦେଶରୁ ଆସୁଥିବା ଜାହାଜ ଗୁଡ଼ିକୁ ସିଧାସଳଖ ବନ୍ଦର ମଧ୍ୟକୁ ପ୍ରବେଶ ପାଇଁ ଦିଆଯାଉନାହିଁ ଅନୁମତି । ଅଧିକ ପଢନ୍ତୁ....

corona fear
କରୋନା ପାଇଁ ସଜାଗ ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ

By

Published : Mar 13, 2020, 11:15 PM IST

ଜଗତସିଂହପୁର : କୋରୋନାକୁ ନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ଜଗତସିଂହପୁର ସହରରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ବିଦେଶରୁ ଆସୁଥିବା ଜାହାଜ ଗୁଡ଼ିକୁ ସିଧାସଳଖ ବନ୍ଦର ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ଦିଆଯାଉନାହିଁ। ଜାହାଜରେ ଆସୁଥିବା ବ୍ୟକ୍ତିଙ୍କୁ ସ୍କାନର ଯୋଗେ ବନ୍ଦର କର୍ତ୍ତୃପକ୍ଷ ପରୀକ୍ଷା କରିବା ପରେ ପାରାଦୀପ ଉପକୂଳକୁ ପ୍ରବେଶର ଅନୁମତି ଦିଆଯାଉଛି।

କରୋନା ପାଇଁ ସଜାଗ ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ

ଅପରପକ୍ଷରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋରୋନାର ଭୟାବହତା ଉପରେ ପ୍ରତ୍ୟେକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଜରିଆରେ ଲୋକଙ୍କୁ ସଚେତନ କରାଯାଇଛି । ତେବେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର ଆଇସୋଲେସନ ଓ୍ବାର୍ଡ ଖୋଲା ଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର , ଇଟିଭି ଭାରତ

ABOUT THE AUTHOR

...view details