ଜଗତସିଂହପୁର: ଜିଲ୍ଲାରେ ମଙ୍ଗଳବାର ପୁଣି 26 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ନାଉଗାଁରୁ 9, କୁଜଙ୍ଗରୁ 5, ଜଗତସିଂହପୁର ସହରରୁ1, ରଘୁନାଥପୁରରୁ 4, ତିର୍ତ୍ତୋଲରୁ 5 ଓ ପାରାଦୀପରୁ ଜଣେ ଚିହ୍ନଟ କରାଯାଇଛି ।
ସେମାନଙ୍କ ମଧ୍ୟରୁ ଜଗତସିଂହପୁର ସଦର ଥାନାରେ କାର୍ଯ୍ୟରତ ଏସଆଇଙ୍କୁ କୋରୋନା ପଜିଟିଭ ଥିବା କୁହାଯାଉଛି । ଏହାକୁ ନେଇ ଜଗତସିଂହପୁର ସଦର ଥାନାରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ଆଣ୍ଟିଜେନ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1107କୁ ବୃଦ୍ଧି ପାଇଛି ।