ଜଗତସିଂହପୁର: ଜିଲ୍ଲାରେ ଗତକାଲି (ଶନିବାର) ଦୁଇ ଜଣଙ୍କ ମୁଣ୍ଡ କୋରୋନା ନେଇ ଥିବାବେଳେ ଆଜି (ରବିବାର) ପୁଣି ଜଣଙ୍କ ଜୀବନ କୋରୋନାରେ ଯାଇଛି । ସେ ରଘୁନାଥପୁର ବ୍ଲକର 48 ବର୍ଷୀୟ ବ୍ୟକ୍ତି ହୋଇଥିବା ଜଣାପଡ଼ିଛି । ଯାହାକୁ ନେଇ ଜିଲ୍ଲାରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧିପାଇଛି ।
ଜଗତସିଂହପୁରରେ କୋରୋନା ନେଲା ଆଉ ଏକ ଜୀବନ
ଆଜି (ରବିବାର) ପୁଣି ଜଣଙ୍କ ଜୀବନ କୋରୋନାରେ ଯାଇଛି । ସେ ରଘୁନାଥପୁର ବ୍ଲକର 48 ବର୍ଷୀୟ ବ୍ୟକ୍ତି ହୋଇଥିବା ଜଣାପଡ଼ିଛି । ଯାହାକୁ ନେଇ ଜିଲ୍ଲାରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧିପାଇଛି ।
ସେହିପରି ଆଜି ଜିଲ୍ଲାରେ 80 ଜଣ କୋରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବାଲିକୁଦାରୁ 8, ବିରିଡିରୁ 3, ଏରସମାରୁ 4, କୁଜଙ୍ଗରୁ 7, ନାଉଗାଁରୁ 1, ତ୍ରିତ୍ତୋଲରୁ 7, ରଘୁନାଥପୁରରୁ 6, ଜଗତସିଂହପୁର ବ୍ଲକରୁ 20, ଜଗତସିଂହପୁର ସହରରୁ 11 ଓ ପାରାଦୀପ ସହରରୁ 13 ଜଣ ଚିହ୍ନଟ ହୋଇଛନ୍ତି ।
ଏହାକୁ ନେଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 5612ରେ ପହଞ୍ଚି ଥିବା ବେଳେ ଏମାନଙ୍କ ମଧ୍ୟରୁ 4672 ଜଣ ସୁସ୍ଥ ହୋଇ ସାରିଲେଣି । ବର୍ତ୍ତମାନ ସୁଦ୍ଧା 927 ଜଣ ସକ୍ରିୟ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ