ଓଡିଶା

odisha

By

Published : Mar 21, 2020, 10:42 PM IST

ETV Bharat / state

ଜଗତସିଂହପୁରରେ କୋରୋନା ସମୀକ୍ଷା ବୈଠକ

ଜଗତସିଂହପୁରରେ କୋରୋନା ସମୀକ୍ଷା ବୈଠକ । ଲୋକଙ୍କୁ ଭୟଭିତ ନ ହେବାକୁ ପରାମର୍ଶ ଦେଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ....

corona meeting in jagatsinghpur
କୋରୋନା ସମୀକ୍ଷା ବୈଠକ

ଜଗତସିଂହପୁର:ଜଗତସିଂହପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କୋରୋନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମନ୍ତ୍ରୀ ରଘୁନନ୍ଦନ ଦାସ, ଜିଲ୍ଲାପାଳ, ଜିଲ୍ଲା ପରିଷଦ ଅଧକ୍ଷ୍ୟ କୋରୋନା ନେଇ ଆଲୋଚନା କରିଥିଲେ । ଅଗ୍ରୀମ ଚାରି ମାସର ଭତ୍ତା ବାବଦକୁ ମୋଟ ୨୮ କୋଟି ଟଙ୍କା ପ୍ରଦାନ କରିବାକୁ ସରକାର ବ୍ୟବସ୍ଥା କରିଥିବା ଜିଲ୍ଲାପାଳ କହିଥିଲେ ।

କୋରୋନା ସମୀକ୍ଷା ବୈଠକ

ସେହିପରି ଏସଏଚଜି ମାଧ୍ୟମରେ ୨୦ ହଜାର ମାସ୍କ ଓ ସାନିଟାଇଜର୍ ପ୍ରସ୍ତୁତ କରାଯାଇଛି । କୋରୋନାକୁ ନେଇ ଲୋକେ ଆତଙ୍କିତ ନ ହେବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି । ଜିଲ୍ଲାକୁ ଆସନ୍ତା ସାତରୁ ଦଶଦିନ ମଧ୍ୟରେ ବିଦେଶ ରୁ ୯୪ ଜଣ ଆସିଥିବା ବେଳେ ୫୯ ଜଣଙ୍କୁ ହୋମ୍ ଆଇସ୍ୟୁଲୋସନ୍ ରେ ରଖାଯାଇଛି । ତେବେ କାହାରି ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ରଈଟିଭି ଭାରତ।

ABOUT THE AUTHOR

...view details