ଓଡିଶା

odisha

ETV Bharat / state

କୋରୋନା ଲକଡାଉନ: ଜିଲ୍ଲାକୁ ଛୁଟୁଛି ପ୍ରବାସୀଙ୍କ ସୁଅ - ଜଗତସିଂହପୁର ଖବର

ଜଗତସିଂହପୁର ଜିଲ୍ଲାକୁ ପ୍ରବାସୀ ଓଡ଼ିଆଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ସୋମବାର ଦେଶର ବିଭିନ୍ନ ରାଜ୍ୟରୁ 108 ଜଣ ଜିଲ୍ଲାକୁ ଫେରିଥିବା ନେଇ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟରୁ ସୂଚନା ମିଳିଛି ।

Corona Lockdown: Immigrants are flocking to the district
କୋରୋନା ଲକଡାଉନ: ଜିଲ୍ଲାକୁ ଛୁଟୁଛି ପ୍ରବାସୀଙ୍କ ସୁଅ

By

Published : May 11, 2020, 8:27 PM IST

ଜଗତସିଂହପୁର: ଜିଲ୍ଲାକୁ ପ୍ରବାସୀ ଓଡ଼ିଆଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ସୋମବାର ଆନ୍ଧ୍ରପ୍ରଦେଶରୁ 26 ଜଣ, ତାମିଲନାଡୁରୁ 18 ଜଣ, ତେଲେଙ୍ଗାନାରୁ 29 ଜଣ, ଝାଡ଼ଖଣ୍ଡରୁ 4 ଜଣ, ପଶ୍ଚିମବଙ୍ଗରୁ 24 ଜଣ, ମହାରାଷ୍ଟ୍ରରୁ 4 ଜଣ ଓ ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ କର୍ଣ୍ଣାଟକରୁ ଜଣେ ଲେଖାଏଁ ପ୍ରବାସୀ ଜିଲ୍ଲାକୁ ଫେରିଛନ୍ତି ।

କୋରୋନା ଲକଡାଉନ: ଜିଲ୍ଲାକୁ ଛୁଟୁଛି ପ୍ରବାସୀଙ୍କ ସୁଅ

ସମସ୍ତଙ୍କୁ ସହରର ସାରଳା ଦେବୀ ମଣ୍ଡପରେ ରଖାଯାଇଥିବା ବେଳେ ସେମାନଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ କଟକ ପଠାଯାଇଛି । ଏହା ପରେ ସମସ୍ତଙ୍କୁ ବିଭିନ୍ନ ବ୍ଲକର କ୍ୱାରେଣ୍ଟାଇନ କେନ୍ଦ୍ରକୁ ପଠାଇ ଦିଆଯାଇଛି ।

ସୂଚନାଯୋଗ୍ୟ, ପ୍ରତ୍ୟେକ ଦିନ ଶହ ଶହ ପ୍ରବାସୀ ଜିଲ୍ଲା ପ୍ରଶାସନ ନିକଟରେ ନାମ ପଞ୍ଜିକରଣ କରୁଥିବା ବେଳେ ଏବେ ସୁଦ୍ଧା 5 ହଜାରରୁ ଅଧିକ ଲୋକେ ଜିଲ୍ଲାକୁ ଫେରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details