ଓଡିଶା

odisha

ETV Bharat / state

ଜଗତସିଂହପୁର ଟାଉନରେ କୋରୋନା, ଘରୋଇ ହସ୍ପିଟାଲ ସିଲ କଲା ପ୍ରଶାସନ - ଘରୋଇ ହସ୍ପିଟାଲ ସିଲ କଲା ପ୍ରଶାସନ

ସହରର ଏକ ଘରୋଇ ନର୍ସିଂହୋମରେ ଜଣେ କୋରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବା ଖବର ଜଣା ପଡିବା ପରେ ପୌର ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ନର୍ସିଂହୋମକୁ ସିଲ କରି ଦିଆଯାଇଛି। ଅଧିକ ପଢନ୍ତୁ...

ଜଗତସିଂହପୁର ଟାଉନରେ କୋରୋନା, ଘରୋଇ ହସ୍ପିଟାଲ ସିଲ କଲା ପ୍ରଶାସନ
ଜଗତସିଂହପୁର ଟାଉନରେ କୋରୋନା, ଘରୋଇ ହସ୍ପିଟାଲ ସିଲ କଲା ପ୍ରଶାସନ

By

Published : Jul 24, 2020, 1:41 AM IST

ଜଗତସିଂହପୁର: ସହରର ଏକ ଘରୋଇ ନର୍ସିଂହୋମରେ ଜଣେ କୋରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବା ଖବର ଜଣା ପଡିବା ପରେ ପୌର ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ନର୍ସିଂହୋମକୁ ସିଲ କରିଦିଆଯାଇଛି।

ଜଗତସିଂହପୁର ଟାଉନରେ କୋରୋନା, ଘରୋଇ ହସ୍ପିଟାଲ ସିଲ କଲା ପ୍ରଶାସନ

ସୂଚନା ଅନୁଯାୟୀ, ତିର୍ତ୍ତୋଲ ବ୍ଲକ ନାଲିବର ଅଞ୍ଚଳରୁ ଜଣେ 58 ବର୍ଷୀୟ ମହିଳା ଥଣ୍ଡା, ଜ୍ବର ଓ କାଶ ରେ ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସାମ୍ନାରେ ଥିବା ଏକ ଘରୋଇ ନର୍ସିଂହୋମକୁ ଚିକିତ୍ସା ପାଇଁ ଆସିଥିଲେ। ଡାକ୍ତରଙ୍କ ସନ୍ଦେହ ହେବାରୁ ସମ୍ପୃକ୍ତ ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣ୍ଟିଜେନ ଟେଷ୍ଟ କରିବା ପାଇଁ ପଠାଇ ଦେଇଥିଲେ। ସେଠାରେ ତାଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଇ ଦିଆଯାଇଥିଲା।

ଗୁରୁବାର ତାଙ୍କ ସ୍ବାବ ନମୁନା ପଜିଟିଭ ଆସିବା ପରେ ତାଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଜିଲା ପ୍ରଶାସନ ପକ୍ଷରୁ ସଂପୃକ୍ତ ନର୍ସିଂହୋମକୁ ସାନିଟାଇଜ ପରେ ସିଲ କରିଦିଆଯାଇଛି। ମହିଳାଙ୍କୁ ଚିକିତ୍ସା କରିଥିବା ଡାକ୍ତରଙ୍କ ସହ 14 ଜଣଙ୍କୁ ହୋମ କ୍ବାରେଣ୍ଟାଇନରେ ଯିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ମହିଳା ଜଣକ ଆଉ କାହା ସଂସ୍ପର୍ଶରେ ଆସିଛନ୍ତି ତାକୁ ନେଇ ପ୍ରଶାସନ ଅନୁସନ୍ଧାନ ଆରମ୍ଭ କରିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details