ଓଡିଶା

odisha

By

Published : Jul 28, 2021, 8:43 PM IST

ETV Bharat / state

ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ନିକଟରେ ସ୍ବର୍ଗତ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତିକୁ ନେଇ ବିବାଦ

ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ନିକଟରେ ସ୍ବର୍ଗତ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତିକୁ ନେଇ ବିବାଦ । ପ୍ରତିମୂର୍ତ୍ତି ନିର୍ମାଣକୁ ଵିରୋଧ କରିଛି ତିର୍ତ୍ତୋଲ କଂଗ୍ରେସ। ଅଧିକ ପଢନ୍ତୁ...

Controversy over the statue of the late Vishnu Das
ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ନିକଟରେ ସ୍ବର୍ଗତ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତିକୁ ନେଇ ବିବାଦ

ଜଗତସିଂହପୁର: ଜିଲ୍ଲା ରଘୁନାଥପୁର ବଜାର ଅଞ୍ଚଳରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ପୂର୍ବତନ ବିଧାୟକ ସ୍ବର୍ଗତ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ନିର୍ମାଣକୁ ଵିରୋଧ କରିଛି ତିର୍ତ୍ତୋଲ କଂଗ୍ରେସ।

ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ନିକଟରେ ସ୍ବର୍ଗତ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତିକୁ ନେଇ ବିବାଦ

ବୁଧବାର ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ତଳେ କଂଗ୍ରେସ କର୍ମୀମାନେ କଳାବ୍ୟାଚ ପିନ୍ଧି ଧାରଣା ଦେବା ସହିତ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଭଳି ଜଣେ ମହାପୁରୁଷଙ୍କ ନିକଟରେ ଗୋଟିଏ ଛାତ ତଳେ ଜଣେ ପୂର୍ବତନ ବିଧାୟକଙ୍କ ପ୍ରତିମୂର୍ତ୍ତି କିପରି ରଖାଯାଇ ପାରିବ ଏହାକୁ ନେଇ କଂଗ୍ରେସ ବିରୋଧ କରିଛି। ଜିଲ୍ଲା ପ୍ରଶାସନ ଓ ବିଜେଡି କର୍ମୀମାନେ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ଅନ୍ୟତ୍ର ସ୍ଥାନାନ୍ତର କରି ଉନ୍ମୋଚନ କରନ୍ତୁ। କିନ୍ତୁ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ନିକଟରେ ଆଉ କାହାରି ପ୍ରତିମୂର୍ତ୍ତି ରଖାଯାଇ ପାରିବ ନାହିଁ, ନଚେତ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି କଂଗ୍ରେସ ନେତା ହିମାଂଶୁ ଭୂଷଣ ମଲିକ କହିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details