ଜଗତସିଂହପୁର: ଜିଲ୍ଲାପାଳଙ୍କ ଗାଡିକୁ ନେଇ ଜୋର ଧରିଛି ଚର୍ଚ୍ଚା। ଏକ ଘରୋଇ ଗାଡିକୁ ଜଗତସିଂହପୁର ଜିଲ୍ଲାପାଳ ସରକାରୀ କାମରେ ବ୍ୟବହାର ନେଇ ଉଠିଛି ପ୍ରଶ୍ନବାଚୀ । ଏ ସମ୍ପର୍କରେ କେତେକ ବ୍ୟକ୍ତି ସୂଚନା ଅଧିକାର ଆଇନ ବଳରେ ସବିଶେଷ ତଥ୍ୟ ମାଗିଥିବା ମଧ୍ୟ ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ଅନୁସାରେ (OD. 21-L2555 ) ଏକ ଇନୋଭା କାର ହଠାତ ବ୍ୟବହାର କରିଥିଲେ। ଏହି ନୂଆ ଗାଡିରେ ମଧ୍ୟ ଜିଲ୍ଲାପାଳ ବୋଲି ଫଳକ ଲଗାଯାଇଥଲା। ଏହି ଗାଡିକୁ ନେଇ କେତେକ ଲୋକେ ଜିଲ୍ଲା ପରିବହନ ଅଧିକାରୀଙ୍କୁ ତଥ୍ୟ ମାଗିଥିଲେ । ଜିଲ୍ଲା ପରିବହନ ଅଧିକାରୀଙ୍କ ତଥ୍ୟ ଅନୁସାରେ, ଏହି ଇନୋଭା କାରଟି ଆଳି ପିଙ୍ଗଳ ଅଞ୍ଚଳର ଜୈନିକ ବାଲି ବ୍ୟବସାୟୀଙ୍କ ପତ୍ନୀଙ୍କ ନାମରେ ଥିବା ଜଣାପଡିଛି।