ଜଗତସିଂହପୁର:ଜିଲ୍ଲାକୁ ପୁଣି ଫେରିଲେ ତତ୍କାଳୀନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର । ରବିବାର ସଂଗ୍ରାମ କେଶରୀ ପୁନର୍ବାର ଜଗତସିଂହପୁର ଜିଲ୍ଲାପାଳ ଭାବେ ଦାୟିତ୍ବ ନେଇଛନ୍ତି । ଗତ ତିର୍ତ୍ତୋଲ ଉପନିର୍ବାଚନ ସମୟରେ କଂଗ୍ରେସର ଅଭିଯୋଗ ଆଧାରରେ ତାଙ୍କୁ ଜିଲ୍ଲାପାଳ ପଦରୁ ହଟାଇ ଦିଆଯାଇଥିଲା । ଅନ୍ୟପଟେ 3 ମାସ ଧରି ଜଗତସିଂହପୁର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିବା ସରୋଜ କୁମାର ମିଶ୍ରଙ୍କୁ ରାୟଗଡ଼ା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।
ପୁନର୍ବାର ଜଗତସିଂହପୁର ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ ବିବାଦୀୟ ଜିଲ୍ଲାପାଳ ସଂଗ୍ରାମ କେଶରୀ - Controversial collector Sangram Keshari
ପୁନର୍ବାର ଜଗତସିଂହପୁର ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ ବିବାଦୀୟ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର । ଗତ ତିର୍ତ୍ତୋଲ ଉପନିର୍ବାଚନ ସମୟରେ ପଦରୁ ହଟାଯାଇଥିଲେ ସମ୍ପୃକ୍ତ ଜିଲ୍ଲାପାଳ । ଅଧିକ ପଢନ୍ତୁ...
ପୁନର୍ବାର ଜଗତସିଂହପୁର ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ ବିବାଦୀୟ ଜିଲ୍ଲାପାଳ ସଂଗ୍ରାମ କେଶରୀ
ସୂଚନାଯୋଗ୍ୟ, ଜିଲ୍ଲାପାଳ ସଂଗ୍ରାମ କେଶରୀଙ୍କ ଘର ତିର୍ତ୍ତୋଲ ହୋଇଥିବାବେଳେ ଗତ ଉପନିର୍ବାଚନ ସମୟରେ ସେ ଭୋଟରଙ୍କୁ ପ୍ରଭାବିତ କରିପାରନ୍ତି ବୋଲି କଂଗ୍ରେସ ଅଭିଯୋଗ କରିବା ସହ ନିର୍ବାଚନ ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଇଥିଲା । ଫଳରେ ନିର୍ବାଚନ କମିଶନ ସଂଗ୍ରାମ ମହାପାତ୍ରଙ୍କୁ ଜଗତସିଂହପୁର ଜିଲ୍ଲାପାଳ ଦାୟିତ୍ବରୁ ଅବ୍ୟାହତି ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ