ପାରାଦ୍ବୀପ: ଡପଲର ରାଡାରରେ କାର୍ଯ୍ୟରୁ ଛଟେଇକୁ ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଲେ ଶ୍ରମିକ । ଶ୍ରମିକମାନଙ୍କ ସହବନ୍ଧିତ ପାରାଦୀପ ପୋର୍ଟ ମଜଦୁର ୟୁନିୟନର ଶ୍ରମିକ ନେତା ମଧ୍ୟ ଏହି ଧାରଣାକୁ ସମର୍ଥନ ଦେଇଛନ୍ତି । ଦୀର୍ଘ ୯ ମାସ ଧରି ଶ୍ରମିକମାନଙ୍କ ପାଉଣା ବକେୟା ରଖିବା ପରେ ସେମାନଙ୍କୁ କାର୍ଯ୍ୟରୁ ବାହାର କରି ଦିଆଯାଇଛି । ନୂଆ ଶ୍ରମିକ ନିଯୁକ୍ତିକୁ ଦିଆଯାଇଥିବା ବେଳେ କାର୍ଯ୍ୟରତ ଶ୍ରମିକଙ୍କ ବକେୟା ପାଉଣା ଦିଆଯାଉନାହିଁ ।
ଏହାକୁ ନେଇ CPWDର କାର୍ଯ୍ୟନିର୍ବାହୀ ଅଧିକାରୀ କାଞ୍ଜିଲାଲଙ୍କୁ ଅବଗତ କରିଥିଲେ ମଧ୍ୟ କିଛି ଲାଭ ହୋଇନଥିଲା । ପୂର୍ବରୁ କାର୍ଯ୍ୟରତ ଶ୍ରମିକମାନଙ୍କ ପ୍ରତି ଅନ୍ୟାୟ ହେଉଥିବା ଅଭିଯୋଗ ହୋଇଛି । କାର୍ଯ୍ୟରତ ଠିକା କର୍ମଚାରୀମାନଙ୍କୁ ବେଆଇନ ଭାବରେ ଛଟେଇ ଓ ନୂତନ ନିଯୁକ୍ତିକୁ ବିରୋଧ କରାଯାଇଛି । ଛଟେଇ ହୋଇଥିବା କର୍ମଚାରୀମାନଙ୍କୁ ପୁନଃ ନିଯୁକ୍ତି ଦେବାକୁ ଦାବି କରିଛି ପାରାଦୀପ ପୋର୍ଟ ମଜଦୁର ୟୁନିୟନ ।