ଓଡିଶା

odisha

ETV Bharat / state

ଚିରଞ୍ଜୀବଙ୍କ ନିଲମ୍ବନକୁ ନେଇ ଚିହିଁକି ଉଠିଲେ କଂଗ୍ରେସ କର୍ମୀ, ଜାଳିଲେ ପିସିସି ସଭାପତିଙ୍କ କୁଶପୁତ୍ତଳିକା - ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ବାଳ

ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ବାଳଙ୍କୁ ଦଳରୁ ନିଲମ୍ବନକୁ ସହଜରେ ଗ୍ରହଣ କରିନାହାନ୍ତି ଜଗତସିଂହପୁର କଂଗ୍ରେସ କର୍ମୀ । ପିସିସି ସଭାପତିଙ୍କ କୁଶପୁତ୍ତଳିକା ଦାହ କରିବା ସହ ସମୂହ ଇସ୍ତଫା ଚେତାବନୀ ଦେଇଛନ୍ତି । ଅଧିକ ପଢ଼ନ୍ତୁ

ଚିରଞ୍ଜୀବଙ୍କ ନିଲମ୍ବନକୁ ନେଇ ଚିହିଁକି ଉଠିଲେ କଂଗ୍ରେସ କର୍ମୀ
ଚିରଞ୍ଜୀବଙ୍କ ନିଲମ୍ବନକୁ ନେଇ ଚିହିଁକି ଉଠିଲେ କଂଗ୍ରେସ କର୍ମୀ

By

Published : Jul 15, 2023, 10:34 PM IST

ଚିରଞ୍ଜୀବଙ୍କ ନିଲମ୍ବନକୁ ନେଇ ଚିହିଁକି ଉଠିଲେ କଂଗ୍ରେସ କର୍ମୀ

ଜଗତସିଂହପୁର: ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ କଂଗ୍ରେସରୁ ନିଲମ୍ବିତ ହେବାପରେ ଚିହିଁକି ଉଠିଛନ୍ତି ଜଗତସିଂହପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ କର୍ମୀ । ଶତାଧିକ କଂଗ୍ରେସ କର୍ମୀ ଏହି ନିଲମ୍ବନ ଆଦେଶକୁ ବିରୋଧ କରି ପିସିସି ସଭାପତିଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ଏହା ସହିତ ଆଗାମୀ ଦିନରେ ପିସିସି ସଭାପତିଙ୍କୁ ଜଗତସିଂହପୁର ଜିଲ୍ଲାରେ ପୁରାଇ ଦିଆଯିବନାହିଁ ବୋଲି ସିଧାସଳଖ କଂଗ୍ରେସ କର୍ମୀମାନେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ମହଙ୍ଗା ପଡ଼ିଲା ଦଳ ବିରୋଧୀ କାର୍ଯ୍ୟ, ମୋକିମ ଓ ଚିରଞ୍ଜୀବ କଂଗ୍ରେସରୁ ନିଲମ୍ବିତ

ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କୁ ଏଆଇସିସି ଦଳରୁ ନିଲମ୍ବନ କରିବା ପରେ ଜଗତସିଂହପୁରରେ ଏହାର ବିରୋଧ ଦେଖିବାକୁ ମିଳିଛି । ଜଗତସିଂହପୁର ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ସ୍ଥାନୀୟ ଥାନା ଛକ ନିକଟରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିବା ସହିତ ନାରାବାଜୀ କରିଥିଲେ । ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ କହିଛନ୍ତି, "କଂଗ୍ରେସକୁ ଦୁର୍ବଳ କରିବା ପାଇଁ ପିସିସି ସଭାପତି ଷଡ଼ଯନ୍ତ୍ର ରଚନା କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ବାଳ ଜଗତସିଂହପୁର ଜିଲ୍ଲାରେ କଂଗ୍ରେସ ସଂଗଠନକୁ ସୁଦୃଢ କରିବା ପାଇଁ ନିଜକୁ ଉତ୍ସର୍ଗ କରିଥିଲେ । ଗତ ୨୦୧୯ ନିର୍ବାଚନରେ ଚିରଞ୍ଜୀବି ବିଶ୍ବାଳ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସରୁ ପ୍ରାର୍ଥୀ ହୋଇ ୬୨ ହଜାର ଭୋଟ ପାଇଥିଲେ । ଚିରଞ୍ଜୀବ ନିଜ ନେତୃତ୍ବରେ ଜଗତସିଂହପୁର ପୌରପରିଷଦ ନିର୍ବାଚନରେ କଂଗ୍ରେସକୁ ବିଜୟୀ କରାଇଥିଲେ । ସେହିପରି ପଞ୍ଚାୟତ ନିର୍ବାଚନରେ ମଧ୍ୟ ଚିରଞ୍ଜୀବଙ୍କ ନେତୃତ୍ବରେ ଅନେକ ପ୍ରାର୍ଥୀ ବିଜୟୀ ହୋଇଥିଲେ ।"

ଏହା ମଧ୍ୟ ପଢ଼ନ୍ତୁ...ଟିକେଟ ଦେଲେ କଂଗ୍ରେସରୁ ଲଢ଼ିବି, ନହେଲେ ସ୍ୱାଧୀନ: ମୋକିମ

ସେ ଆହୁରି କହିଛନ୍ତି, "ଜଗତସିଂହପୁରରେ କଂଗ୍ରେସ ସଂଗଠନକୁ ମଜବୁତ କରିବାରେ ଚିରଞ୍ଜୀବ ବିଶ୍ବାଳଙ୍କ ଅବଦାନ ଅତୁଳନୀୟ । କିନ୍ତୁ ପିସିସି ସଭାପତି ଶରତ ପଟ୍ଟନାୟକ ଚିରଞ୍ଜୀବଙ୍କ ବିରୋଧରେ ଷଡ଼ଯନ୍ତ୍ର କରି ଅଖିଳ ଭାରତୀୟ କଂଗ୍ରେସ କମିଟିକୁ ତାଙ୍କ ବିରୋଧରେ ଅଭିଯୋଗ କରିବା ସହ ତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି ।" ତେବେ ଯଦି ଆଗାମୀ ଦିନରେ ଚିରଞ୍ଜୀବ ବିଶ୍ବାଳଙ୍କ ଉପରୁ ନିଲମ୍ବନ ନଉଠେ, ତେବେ ଜଗତସିଂହପୁର ଜିଲ୍ଲାର ହଜାର ହଜାର କଂଗ୍ରେସ କର୍ମୀ ଓ ନିର୍ବାଚିତ ପ୍ରତିନିଧି ସାମୂହିକ ଭାବରେ ଦଳରୁ ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ଏନେଇ ଖୋଦ ଚିରଞ୍ଜୀବ ବିଶ୍ବାଳଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details