ଓଡିଶା

odisha

ETV Bharat / state

ଗୋଚର ଜମିରେ ସରକାରୀ ବାବୁଙ୍କ ଜବରଦଖଲ, ସୁପ୍ରିମକୋର୍ଟ ଯିବେ କଂଗ୍ରେସ ନେତା - କଂଗ୍ରେସ ନେତା ସୁଶାନ୍ତ କାନୁନଗୋ

ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଗୋଚର ଜମିରେ ସରକାରୀ ବାବୁଙ୍କ ଜବରଦଖଲ । ଏଭଳି ଅଭିଯୋଗ ଆଣିଛନ୍ତି ସୁପ୍ରିମକୋର୍ଟ ଆଇନଜୀବି ତଥା କଂଗ୍ରେସ ନେତା ସୁଶାନ୍ତ କାନୁନଗୋ । ଅଧିକ ପଢନ୍ତୁ

Congress leader Sushant Kanungo
Congress leader Sushant Kanungo

By

Published : Mar 23, 2023, 5:49 PM IST

ଗୋଚର ଜମିରେ ସରକାରୀ ବାବୁଙ୍କ ଜବରଦଖଲ, ସୁପ୍ରିମକୋର୍ଟ ଯିବେ କଂଗ୍ରେସ ନେତା

ଜଗତସିଂହପୁର:ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ ଗୋଚର ଜମିକୁ ଜବରଦଖଲ କରାଯାଉଛି । ଜବରଦଖଲ କରୁଥିବା ବ୍ୟକ୍ତି ଜଣଙ୍କ ଆଉ କେହି ନୁହଁନ୍ତି ବରଂ ଖୋଦ ସରକାରୀ ବାବୁମାନେ ବୋଲି ଜଣାପଡ଼ିଛି । ସୁପ୍ରିମକୋର୍ଟ ଆଇନିଜୀବି ତଥା କଂଗ୍ରେସ ନେତା ସୁଶାନ୍ତ କାନୁନଗୋ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି । ଜିଲ୍ଲାପାଳଙ୍କ ଜ୍ଞାତସାରରେ ଏହା ହେଉଥିବା ବେଳେ ସେ ସୁପ୍ରିମକୋର୍ଟ ଯିବେ ବୋଲି ଚେତାବନୀ ଦେଇଛନ୍ତି ।

ତାଙ୍କ ଅଭିଯୋଗ ଅନୁସାରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବ୍ଲକ ତଥା ବିଶେଷ ଭାବରେ ବାଲିକୁଦା ବ୍ଲକର ଜିରାଇଲୋ ଓ ଥାଇଲୋ ପଞ୍ଚାୟତରେ ସମସ୍ତ ଗୋଚର ଜମିକୁ ଜବରଦଖଲ କରାଯାଇ ସେଠାରେ ସରକାରୀ ଅର୍ଥ ବ୍ୟୟରେ ଅଟ୍ଟାଳିକା ନିର୍ମାଣ କରାଯାଉଛି । ଖୋଦ ଜିଲ୍ଲାପାଳଙ୍କ ଜ୍ଞାତ ସାରରେ ଏହି କାର୍ଯ୍ୟ ହେଉଥିବା ସେ ସିଧାସଳଖ ଅଭିଯୋଗ ଆଣିଛନ୍ତି । ସୁଶାନ୍ତ ଅଭିଯୋଗ କରିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଗୋଚର ଜମିକୁ ଜବରଦଖଲ କରିବା ଆଇନଗତ ଅପରାଧ ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲାପାଳ ଏହି ନିୟମର ଖୁଲମଖୁଲା ଉଲ୍ଲଘଂନ କରୁଛନ୍ତି ।

ଏହା ବି ପଢନ୍ତୁ- ପାରାଦ୍ୱୀପରେ ହେବ ପେଟ୍ରୋ କେମିକାଲ କମ୍ପ୍ଲେକ୍ସ, ନିବେଶ ହେବ 61 ହଜାର 77 କୋଟି

ଯଦି ଜିଲ୍ଲାରେ ଥିବା ଗୋଚର ଜମିରେ ପ୍ରକଳ୍ପ ନିର୍ମାଣ କରାଯାଏ ତେବେ ଗୋରୁ ଗାଈ, ଛେଳି ମେଣ୍ଢା ପ୍ରଭୁତି ଗୃହପାଳିତ ପଶୁଙ୍କୁ ଘାସ ଟିକେ ମିଳିବନି । ଫଳରେ ସେମାନଙ୍କର ମୃତ୍ୟୁ ହେବ। ଜିଲ୍ଲା ପ୍ରଶାସନ କେଉଁ ନିୟମ ଅନୁଯାୟୀ ଏହି କାର୍ଯ୍ୟ କରୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୁଶାନ୍ତ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଜିଲ୍ଲା ପ୍ରଶାସନର ଜ୍ଞାତ ସାରରେ ଦଣ୍ଡା, ଶ୍ମଶାନ ଜମିରେ ମଧ୍ୟ ଅଟ୍ଟାଳିକା ନିର୍ମାଣ କରାଯାଇଛି । ଫଳରେ ଆଉ କିଛିଦିନ ପରେ ମୃତଦେହ ଦାହ କରିବାକୁ ଜାଗା ମିଳିବନି । ଏହି ସ୍ଥାନରେ କିଏ ପୋଖରୀ ଖୋଳୁଛି ତ କିଏ ମନ୍ଦିର ନିର୍ମାଣ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଶହଶହ ଏକର ଗୋଚର ଜମି ଓ ଶ୍ମଶାନ ଜମିକୁ ବଳ ପୂର୍ବକ ଦାଖଲ କରାଯାଉଛି । ଫଳରେ ଆଗାମୀ ଦିନରେ ଗୃହପାଳିତ ପଶୁ ଓ ମୃତଦେହ ଦାହ କରିବା ଲାଗି ଅନେକ ସମସ୍ୟା ଉପୁଜିବ । ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ସେ ଏନେଇ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଏହାକୁ ନେଇ ବରିଷ୍ଠ ଆଇନଜୀବୀ ସୁଶାନ୍ତ କାନୁନଗୋ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details