ଜଗତସିଂହପୁର: ଢ଼ିଙ୍କିଆର ଗୋଚର ଜମିରେ ଆଇ.ଓ.ସି.ଏଲ ର ପାରାଦ୍ଵୀପ- ହାଇଦ୍ରାବାଦ ପାଇପ ଲାଇନ ବିଛାଇବାକୁ ନେଇ ଗ୍ରାମବାସୀଙ୍କ ଗଣଧାରଣା ୧୭ ଦିନରେ ପହଞ୍ଚିଛି। ଆଜି ଏହି ଆନ୍ଦୋଳନକୁ ସମର୍ଥନ କରି ଯୋଗ ଦେଇଥିଲେ ଜଟଣୀ ବିଧାୟକ ସୁରେନ୍ଦ୍ର ରାଉତରାୟ ଓ କଂଗ୍ରେସ ନେତା ତଥା ବାଲିକୁଦାର ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର । ଉଭୟ କଂଗ୍ରେସ ନେତା ଢିଙ୍କିଆ ଗ୍ରାମର ମା ଫୁଲଖାଇ ମନ୍ଦିର ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଗଣ ଧାରଣା ଚାଲିଥିବା ଠାକୁରାଣୀ ଜମି ନିକଟରେ ପହଞ୍ଚି ଆନ୍ଦୋଳନକାରୀମାନଙ୍କୁ ସମର୍ଥନ ଜଣାଇଥିଲେ । ଏହି ପ୍ରସଙ୍ଗରେ ସୁର ରାଉତରାୟ ଉକ୍ତ ପ୍ରକଳ୍ପକୁ ବିରୋଧ କରିବା ସହ ବର୍ଷିଥିବା ଦେଖିବାକୁ ମିଳିଛି ।
ପାରାଦୀପ-ହାଇଦ୍ରାବାଦ ପାଇପ ଲାଇନକୁ ବିରୋଧ କରି ଗର୍ଜିଲେ ସୁର ରାଉତରାୟ - protest march against the Paradip-Hyderabad pipeline
ଢ଼ିଙ୍କିଆର ଗୋଚର ଜମିରେ ଆଇ.ଓ.ସି.ଏଲ ର ପାରାଦ୍ଵୀପ- ହାଇଦ୍ରାବାଦ ପାଇପ ଲାଇନ ବିଛାଇବାକୁ ନେଇ ଗ୍ରାମବାସୀଙ୍କ ଗଣଧାରଣା ୧୭ ଦିନରେ ପହଞ୍ଚିଥିବାବେଳେ ଯୋଗ ଦେଲେ ସୁର ରାଉତରାୟ । ଅଧିକ ପଢନ୍ତୁ...
ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ପଞ୍ଚାୟତରେ ପାରାଦ୍ଵୀପ- ହାଇଦ୍ରାବାଦ ପାଇପ ଲାଇନ ପ୍ରକଳ୍ପ ପାଇଁ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ପ୍ରକଳ୍ପକୁ ବିରୋଧ କରି ଦୀର୍ଘଦିନ ଧରି ଗ୍ରାମବାସୀ ନିଜର ହକ ପାଇଁ ଆନ୍ଦୋଳନ କରିଆସୁଛନ୍ତି । ଗ୍ରାମର ହଜାର ହଜାର ସଂଖ୍ୟାର ମହିଳା ପୁରୁଷ ଛୋଟ ପିଲା ଏହି ଗଣଧାରଣା ରେ ସାମିଲ ହୋଇଛନ୍ତି । ଗ୍ରାମବାସୀଙ୍କ ଅଗୋଚରରେ ଗ୍ରାମବାସୀଙ୍କ ବିନା ଅନୁମତିରେ ଗ୍ରାମର ଗୋଚର ଜମି ଓ ଠାକୁରାଣୀ ଜମିରେ ଜିଲ୍ଲାପ୍ରଶାସନ ଓ ପାଇପ ଲାଇନ କମ୍ପାନୀ କର୍ତ୍ତୃପକ୍ଷ ଜୋର ଜବରଦସ୍ତି ମସୁଧା ଚଲେଇଥିବା ଅଭିଯୋଗ କରି ଆନ୍ଦୋଳନ କରି ଆସୁଛନ୍ତି ଢିଙ୍କିଆବାସୀ । ବିଧିବଦ୍ଧ ଭାବେ ନୋଟିସ କରାଇ ପଲ୍ଲୀସଭା ନିଷ୍ପତି ଅନୁଯାୟୀ ପ୍ରକଳ୍ପ କରାଇବା ପାଇଁ ଗ୍ରାମବାସୀ ଦାବି କରିଥିବାବେଳେ ଏ ପ୍ରସଙ୍ଗ ବିଧାନସଭାରେ ଉଠାଯିବ ବୋଲି ଜଟଣୀ ବିଧାୟକ ସୁରେନ୍ଦ୍ର ରାଉତରାୟ କହିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର , ଇଟିଭି ଭାରତ