ଜଗତସିଂହପୁର:ଢ଼ିଙ୍କିଆରେ ସ୍ଥାନୀୟ ଲୋକଙ୍କୁ ଭେଟିଲେ କଂଗ୍ରେସ ନେତା ବାପି ସର୍ଖେଲ । ଜଗତସିଂହପୁର ଜିଲ୍ଲାର ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ପ୍ରସ୍ତାବିତ ଅଞ୍ଚଳ ଢ଼ିଙ୍କିଆକୁ ରବିବାର କଂଗ୍ରେସ ନେତା ବାପି ସର୍ଖେଲ ଗସ୍ତ କରିବା ସହ ଢ଼ିଙ୍କିଆ ଗ୍ରାମବାସୀଙ୍କ ଉପରେ ହୋଇଥିବା ପୋଲିସର ଲାଠିମାଡ଼ ଘଟଣାକୁ ନିନ୍ଦା କରିଛନ୍ତି।
ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଯେଉଁଭଳି ନିର୍ଦ୍ଦୟ ଭାବେ ନିରୀହ ଗ୍ରାମବାସୀଙ୍କୁ ମାଡ଼ ମାରିଲେ ତାହା ଗ୍ରହଣ ଯୋଗ୍ୟ ନୁହେଁ ବୋଲି କହିଥିଲେ। ନିରୀହ ଗ୍ରାମବାସୀ ମାନେ ନିଜର ଭିଟାମାଟି ପାଇଁ ଆନ୍ଦୋଳନ କରୁଥିଲେ। ଶିଳ୍ପ ହେବା ଦରକାର କିନ୍ତୁ ସହମତି ଭିତ୍ତିରେ ଶିଳ୍ପ ହେବା ଉଚିତ। ଡରେଇ ଧମକେଇ ନୁହେଁ। ଜିଲ୍ଲା ପ୍ରଶାସନ ତୁରନ୍ତ ଢ଼ିଙ୍କିଆ ଅଞ୍ଚଳରୁ ପୋଲିସ ହଟାଇବାକୁ କଂଗ୍ରେସ ନେତା ବାପି ସର୍ଖେଲ ଦାବି କରିଛନ୍ତି।