ଓଡିଶା

odisha

By

Published : Feb 7, 2023, 8:45 PM IST

ETV Bharat / state

Tirtol MLA Marriage Controversy: ବିଧାୟକଙ୍କ ଗିରଫ ଦାବିରେ କଂଗ୍ରେସର SP ଅଫିସ ଘେରାଉ

ଜଗତସିଂହପୁର ତିର୍ତ୍ତୋଲ ବିଧାୟକଙ୍କ ଗିରଫ ଦାବିରେ SP ଅଫିସ ଘେରିଲା କଂଗ୍ରେସ । ବିଧାୟକଙ୍କ ବିରୋଧରେ ବାନ୍ଧବୀ ୫ଦିନ ହେଲାଣି ଏତଲା ଦେବା ସତ୍ତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ପୋଲିସ । ସରକାରୀ ଚାପରେ ଆସି ପୋଲିସ ଏପରି କରୁଥିବା ଦଳ ଅଭିଯୋଗ କରିଛି । ଅଧିକ ପଢନ୍ତୁ

Tirtol MLA arrest
Tirtol MLA arrest

Tirtol MLA Marriage Controversy

ଜଗତସିଂହପୁର:ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ବିବାଦ । ବାନ୍ଧବୀ ୫ଦିନ ହେଲାଣି ଏତଲା ଦେବା ପରେ ମଧ୍ୟ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହଁ । ତେବେ ବିଧାୟକଙ୍କ ଗିରଫ ଦାବିରେ ତିର୍ତ୍ତୋଲ କଂଗ୍ରେସ ପକ୍ଷରୁ ଜଗତସିଂହପୁର ଏସପି ଅଫିସ ଘେରାଉ ସାଙ୍ଗକୁ ଏକ ସ୍ମାରକପତ୍ର ଆରକ୍ଷୀ ଅଧୀକ୍ଷକଙ୍କୁ ପ୍ରଦାନ କରାଯାଇଛି । ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ହିମାଂଶୁ ଭୂଷଣ ମଲ୍ଲିକଙ୍କ ନେତୃତ୍ବରେ ଏକାଧିକ ମହିଳା ଏସପି ଅଫିସ ଘେରାଉ କରିଛନ୍ତି ।

କଂଗ୍ରେସ ପକ୍ଷରୁ କୁହା ଯାଇଛି ଯେ ଦୀର୍ଘ ୫ଦିନ ହେବ ବିଧାୟକଙ୍କ ବାନ୍ଧବୀ ବିଜୟ ଶଙ୍କରଙ୍କ ନାମରେ ଏତଲା ଦେଲେଣି । ପୂର୍ବରୁ ପୀଡ଼ିତା ଯେଉଁ ଏତଲା ଦେଇଥିଲେ ତାକୁ ଜଗତସିଂହପୁର ପୋଲିସ ଗ୍ରହଣ କଲାନି। ଫଳରେ ପୀଡ଼ିତା ବାଧ୍ୟ ହୋଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ। ହାଇକୋର୍ଟ ନିର୍ଦ୍ଦେଶ ଦେବାପରେ ପୋଲିସ ମାମଲା ରୁଜୁ କରି ବସିରହିଛି । ଯୌନ ବ୍ୟଭିଚାରରେ ସମ୍ପୃକ୍ତି ଥାଇ ମଧ୍ୟ କଣ ପାଇଁ ପୋଲିସ ନିରବ ଦ୍ରଷ୍ଟା ସାଜିଛି ତାକୁ ନେଇ କଂଗ୍ରେସ ପ୍ରଶ୍ନ କରିଛି। ରାଜ୍ୟରେ ଶହ ଶହ ସୋମାଲିକା ପୋଲିସ ପାଖକୁ ଦୌଡ଼ି ଦୌଡ଼ି ନିରାଶ ହେଉଛନ୍ତି । ଯଦି ଏହିଭଳି ଘଟଣା ସାଧାରଣ ଲୋକଙ୍କ କ୍ଷେତ୍ରରେ ହୋଇଥାନ୍ତା ତେବେ ଅଭିଯୁକ୍ତକୁ ପୋଲିସ ବାନ୍ଧି ସାରନ୍ତାଣି ବୋଲି କହିଛନ୍ତି କଂଗ୍ରେସ ।

ଏହା ବି ପଢନ୍ତୁ- ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ଗିରଫ ଦାବି କଲା ବିଜେପି

କିନ୍ତୁ ବିଧାୟକ ଜଣେ ଶାସକ ଦଳ ହୋଇଥିବାରୁ ଜଗତସିଂହପୁର ପୋଲିସ କୋହଳ ମନୋଭାବ ପୋଷଣ କରୁଥିବା କଂଗ୍ରେସ କହିଛି । ପୀଡ଼ିତାଙ୍କୁ ବିଧାୟକ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ପ୍ରତାରଣା କରିଥିଲେ ମଧ୍ୟ ଶାସକ ଦଳର ଚାପରେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଯାହା ଲଜ୍ଜାଜନକ । ଯଦି ଏହି ଘଟଣାରେ ସପ୍ତାହକ ମଧ୍ୟରେ ବିଧାୟକଙ୍କୁ ଗିରଫ କରାନଯାଏ ତେବେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିରାଟ ଆନ୍ଦୋଳନ କରାଯିବ ବୋଲି ସତର୍କ କରାଇ ଦିଆଯାଇଛି ।

ଏହି ଧାରଣାରେ ତିର୍ତ୍ତୋଲର କଂଗ୍ରେସ ନେତା ହିମାଂଶୁ ଭୂଷଣ ମଲ୍ଲିକ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ, ତିରୁପତି ସାହୁ ପ୍ରମୁଖ ଏସପି ରାହୁଲ ପିଆରଙ୍କୁ ଭେଟି ଦାବିପତ୍ର ଦେବାସହ ଆଲୋଚନା କରିଥିଲେ । ସୂଚନା ଥାଉ କି ସୋମବାର ଜଗତସିଂହପୁର ପୋଲିସ ବାନ୍ଧବୀ ସୋମାଲିକାଙ୍କୁ ଦୀର୍ଘ ୮ଘଣ୍ଟା ଜେରା କରି ୫୦ରୁ ଅଧିକ ପ୍ରଶ୍ନ କରିଥିଲା । ଏହାସହିତ ତାଙ୍କର ଡାକ୍ତରୀ ମାଇନା ମଧ୍ୟ କରାଯାଇଥିଲା । ମାତ୍ର ଏନେଇ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନଥିଲା ପୋଲିସ ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details