ଓଡିଶା

odisha

ETV Bharat / state

ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଜଗତସିଂହପୁର ଜିଲ୍ଲାପାଳଙ୍କ ନାଁରେ ଅଭିଯୋଗ

ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନାଁରେ କୋଭିଡ ନିୟମ ଉଲ୍ଲଂଘନ କରିଥିବା ନେଇ ଏନଏଚଆରସିଙ୍କ ନିକଟରେ ଅଭିଯୋଗ । ଅଧିକ ପଢନ୍ତୁ...

ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଜଗତସିଂହପୁର ଜିଲ୍ଲାପାଳଙ୍କ ନାଁରେ ଅଭିଯୋଗ
ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଜଗତସିଂହପୁର ଜିଲ୍ଲାପାଳଙ୍କ ନାଁରେ ଅଭିଯୋଗ

By

Published : Sep 7, 2020, 10:54 PM IST

ଜଗତସିଂହପୁର: ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନାଁରେ ଏନଏଚଆରସିଙ୍କ ନିକଟରେ କୋଭିଡ ନିୟମ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ବର କଳିଙ୍ଗନଗର ଜଣେ ସାମାଜିକ କର୍ମୀ ରାଜୀବ ଲୋଚନ କରିଛନ୍ତି ଏହି ଅଭିଯୋଗ।

ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଜଗତସିଂହପୁର ଜିଲ୍ଲାପାଳଙ୍କ ନାଁରେ ଅଭିଯୋଗ

ଅଭିଯୋଗ ଉପରେ ଜାତୀୟ ମାନବାଧିକାର କମିଶନ ଡାଏରୀ ନମ୍ବର 1500/IN_2020ରେ ମାମଲା ରୁଜୁ କରାଯାଇଛି। ଅଭିଯୋଗକାରୀ ସାମାଜିକ କର୍ମୀ ରାଜୀବ ଲୋଚନ ପ୍ରଧାନ ଅଭିଯୋଗ କରିଛନ୍ତି ଯେ ଗତ ଅଗଷ୍ଟ 31ରେ ସ୍ବାୟତ ଶାସନ ଦିବସ ଅବସରରେ ଜଗତସିଂହପୁର ପୌର ପରିଷଦ ପକ୍ଷରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଜିଲାପାଳ ଓ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଉପସ୍ଥିତ ରହିଥିଲେ।

700ରୁ ଅଧିକ ଲୋକେ ସେଠାରେ ରୁଣ୍ଡ ହେବା ସହ ବାଣ ଫୁଟାଯାଇଥିବା ଅଭିଯୋଗ ହୋଇଛି । ମହାମାରୀ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର 100ରୁ ଅଧିକ ଲୋକେ ଏକତ୍ର ନ ହେବା ଓ ସଭା ସମିତି ଆଦି ନକରିବାକୁ କଡା ନିର୍ଦେଶ ଥିବା ସତ୍ତ୍ବେ ଜିଲ୍ଲାପାଳ ଏହି ଆଇନକୁ କିପରି ଉଲ୍ଲଂଘନ କଲେ ତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଏସମ୍ପର୍କରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଓ ପୌର କାର୍ଯ୍ୟ ନିର୍ବାହୀ ବିମଳ ଲେଙ୍କାଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details