ଓଡିଶା

odisha

ETV Bharat / state

2 ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ, 3 ଗୁରୁତର କଟକ ସ୍ଥାନାନ୍ତର - ଜଗତସିଂହପୁର ଲାଟେଷ୍ଟ ନ୍ୟୁଜ୍‌

ଜଗତସିଂହପୁର ଥାନା ଅନ୍ତର୍ଗତ ଯଶୋବନ୍ତପୁର ଛକରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ପରିବାରର 3 ଜଣ ସଦସ୍ୟଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରାଯାଇଛି।

community clash in jagatsinghpur, jagatsinghpur latest news, ଜଗତସିଂହପୁର ଲାଟେଷ୍ଟ ନ୍ୟୁଜ୍‌, ଜଗତସିଂହପୁରରେ ଗୋଷ୍ଠୀ ସଂଘର୍ଷ
2 ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ, 3 ଗୁରୁତର କଟକ ସ୍ଥାନାନ୍ତର

By

Published : Jan 2, 2020, 11:28 PM IST

ଜଗତସିଂହପୁର: ଜଗତସିଂହପୁର ଥାନା ଅନ୍ତର୍ଗତ ଯଶୋବନ୍ତପୁର ଛକରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ପରିବାରର 3 ଜଣ ସଦସ୍ୟଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରାଯାଇଛି। ଗୁରୁତର ଆହତ ହୋଇଥିବା ବ୍ୟକ୍ତିମାନେ ହେଲେ ଦିବ୍ୟଜ୍ୟୋତି ବେହେରା (19), ବିଶ୍ବରଞ୍ଜନ ବେହେରା (24) ଏବଂ ଦେବେନ୍ଦ୍ର ବେହେରା (52)।

2 ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ, 3 ଗୁରୁତର କଟକ ସ୍ଥାନାନ୍ତର

ପୋଲିସ ସୂତ୍ରରୁ ପ୍ରକାଶ ଯେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁରୁବାର ଅପରାହ୍ନରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ଜିଆଇ ରଡ, କଟୁରୀ, ଖଣ୍ଡା, ଭୁଜାଲି ଓ କୋଦାଳରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ଦିବ୍ୟଜ୍ୟୋତି, ବିଶ୍ବରଞ୍ଜନ ଓ ଦେବେନ୍ଦ୍ର ନାମକ ଯୁବକ ଆହତ ହୋଇଥିବା ବେଳେ ସେମାନଙ୍କୁ ପ୍ରଥମେ ଜଗତସିଂହପୁର ଚିକିତ୍ସାଳୟକୁ ନିଆଯାଇଥିଲା ।

ହେଲେ ସେମାନଙ୍କ ଅବସ୍ଥାରେ କୌଣସି ସୁଧାର ନଆସି ଗୁରୁତର ହୋଇପଡିବାରୁ ସେମାନଙ୍କୁ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏବେ ବି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details