ଜଗତସିଂହପୁର:କୁଜଙ୍ଗରେ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆର(CPI) ତୃତୀୟ ବାର୍ଷିକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କର୍ମୀମାନେ ଶୋଭାଯାତ୍ରା କରିବା ସହ କମ୍ୟୁନିଷ୍ଟ ପାର୍ଟିର ପତାକା ଉତ୍ତୋଳନ କରିବା ସହ ଜଗତସିଂହପୁରର ପୂର୍ବତନ ସାଂସଦ ଲୋକନାଥ ଚୌଧୁରୀଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା ।
କୁଜଙ୍ଗରେ କମ୍ୟୁନିଷ୍ଟ ପାର୍ଟିର କର୍ମୀ ସମ୍ମିଳନୀ - ବାମପନ୍ଥୀ ନେତାଙ୍କ ତୃତୀୟ ବାର୍ଷିକ କର୍ମୀ ସମ୍ମିଳନୀ
କୁଜଙ୍ଗରେ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆର (CPI) ତୃତୀୟ ବାର୍ଷିକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ
କୁଜଙ୍ଗରେ ବାମପନ୍ଥୀ ନେତାଙ୍କ ତୃତୀୟ ବାର୍ଷିକ କର୍ମୀ ସମ୍ମିଳନୀ
କୁଜଙ୍ଗରେ ବାମପନ୍ଥୀ ନେତାଙ୍କ ତୃତୀୟ ବାର୍ଷିକ କର୍ମୀ ସମ୍ମିଳନୀ
ବର୍ତ୍ତମାନ ଦେଶରେ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ଓ ଡଲାର ପାଖରେ ଟଙ୍କାର ମୂଲ୍ୟ ହ୍ରାସ ଏକ ବିଷମ ପରିସ୍ଥିତି ସୃଷ୍ଟି କରିଛି । କେନ୍ଦ୍ରରେ BJP ଓ ରାଜ୍ୟରେ ବିଜେଡି ସରକାର ଦରଦାମ ଅନିୟନ୍ତ୍ରଣ, ଆଇନ ଶୃଙ୍ଖଳା ରକ୍ଷା ଦିଗରେ ବିଫଳ ହୋଇଥିବା ବାମପନ୍ଥୀ ନେତାମାନେ ଅଭିଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବାମପନ୍ଥୀ ନେତା ରାମକୃଷ୍ଣ ପଣ୍ଡା, ସୁବାସ ମହାପାତ୍ର, ଚିନ୍ମୟ ସାହାଣୀ ପ୍ରମୁଖ ଉଦବୋଧନ ଦେଇଥିଲେ । ଏହାସହ ଜଗତସିଂହପୁରର ପୂର୍ବତନ ସାଂସଦ ଲୋକନାଥ ଚୌଧୁରୀଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ