ଜଗତସିଂହପୁର: ମୋବାଇଲ ଗେମ ଖେଳ ହେଲା କାଳ । ଜଗତସିଂହପୁର ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ଜୟବଡ଼ କଲୋନୀରେ ଯୁକ୍ତ ତିନି ବର୍ଷର ଛାତ୍ରର ଆତ୍ମହତ୍ୟା । ମୃତ୍ୟୁର କରାଣ ଜଣାପଡିନଥିଲେ ବି ମୋବାଇଲ ଏବଂ ସାଙ୍ଗସାଥିଙ୍କ ସହ ବିବାଦ ଆତ୍ମହତ୍ୟାର କାରଣ ବୋଲି କହିଛନ୍ତି ମୃତ ଆଦିତ୍ୟଙ୍କ ମାଆ।
ଯୁକ୍ତ 3 ଛାତ୍ରଙ୍କ ଆତ୍ମହତ୍ୟା, ସାଙ୍ଗସାଥୀଙ୍କ ସହ ବିବାଦ ହୋଇଥିବା ପରିବାରର ଅଭିଯୋଗ
ମୋବାଇଲ ଗେମ ଖେଳ ହେଲା କାଳ । ଜଗତସିଂହପୁର ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ଜୟବଡ଼ କଲୋନୀରେ ଯୁକ୍ତ ତିନି ବର୍ଷର ଛାତ୍ରର ଆତ୍ମହତ୍ୟା । ଅଧିକ ପଢନ୍ତୁ
ସୂଚନାମୁତାବକ ଜୟବଡ଼ ଜଗନ୍ନାଥ ମନ୍ଦିରରେ ପୂଜକ ଭାବେ କାର୍ଯ୍ୟ କରୁଥିବା ଅରବିନ୍ଦ ଦାଶଙ୍କ ଏକମାତ୍ର ପୁଅ ଆଦିତ୍ୟ ଦାଶ । ସ୍ଥାନୀୟ ଏସଭିଏମ୍ କଲେଜରେ +୩ ରେ ପାଠ ପଢୁଥିଲେ ଆଦିତ୍ୟ। ଅନେକ ସମୟରେ ଚୁପଚାପ ରହିବା ସହ ମୋବାଇଲରେ ଗେମ ଖେଳି ନିଜର ସମୟ ବିତାଉଥିଲେ । ଗତକାଲି (ଶନିବାର) ହଠାତ ନିଜ ଶୋଇବା ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ମୋବାଇଲ ଏବଂ ସାଙ୍ଗସାଥି ଆତ୍ମହତ୍ୟାର କାରଣ ବୋଲି କହିଛନ୍ତି ମୃତ ଆଦିତ୍ୟଙ୍କ ମାଆ। ଘଟଣାସ୍ଥଳରେ ଜଗତସିଂହପୁର ଟାଉନ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ