ଓଡିଶା

odisha

ETV Bharat / state

ଜଗତସିଂହପୁର ଜିଲ୍ଲାରେ 75ଟି ସ୍ମlର୍ଟ ସ୍କୁଲ ଲୋକାର୍ପିତ - ଜଗତସିଂହପୁରରେ 75ଟି ସ୍ମlର୍ଟ ସ୍କୁଲ ଲୋକାର୍ପିତ

ଜଗତସିଂହପୁର ଜିଲ୍ଲାରେ ଆଜି(ବୁଧବାର) 75ଟି ସ୍ମlର୍ଟ ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି । ଅଧିକ ପଢନ୍ତୁ

ଜଗତସିଂହପୁର ଜିଲ୍ଲାରେ 75ଟି ସ୍ମlର୍ଟ ସ୍କୁଲ ଲୋକାର୍ପିତ
ଜଗତସିଂହପୁର ଜିଲ୍ଲାରେ 75ଟି ସ୍ମlର୍ଟ ସ୍କୁଲ ଲୋକାର୍ପିତ

By

Published : Jun 8, 2022, 10:05 PM IST

Updated : Jun 8, 2022, 10:22 PM IST

ଜଗତସିଂହପୁର: ଜିଲ୍ଲାର 75ଟି ସ୍ମlର୍ଟ ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି । ଆଜି(ବୁଧବାର) ସନ୍ଧ୍ୟାରେ ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡୀମି ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିୟାରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀ ପରିଚାଳନା କରିଥିବା ବେଳେ ଜଗତସିଂହପୁର ବିଧାୟକ ତଥା ଶାସକ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଜଗତସିଂହପୁର ଜିଲ୍ଲାରେ 75ଟି ସ୍ମlର୍ଟ ସ୍କୁଲ ଲୋକାର୍ପିତ
ଏହି ରୂପାନ୍ତରିତ ବିଦ୍ୟାଳୟରେ ଭିତ୍ତିଭୂମିର ବିକାଶ, ଅତ୍ୟାଧୁନିକ ଲାଇବ୍ରେରୀ, ଲ୍ୟାବ, ଶ୍ରେଣୀଗୃହ, କ୍ରୀଡା ଭିତ୍ତିଭୂମି, ଶୌଚାଳୟ, ପାନୀୟ ଜଳ ଓ କ୍ଲାସ ରୁମରେ ଇଣ୍ଟରନେଟ ସୁବିଧା ଉପଲବ୍ଧ ହେବ । ସୂଚନାଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟରେ 14ଟି ସ୍କୁଲକୁ ସ୍ମାର୍ଟ ସ୍କୁଲ କରାଯାଇ ସାରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ବାଲିକୁଦା ବ୍ଲକରେ 12, ବିରିଡିରେ 9, ଏରସମାରେ 3, ଜଗତସିଂହପୁର ସଦରରେ 11, କୁଜଙ୍ଗରେ 9, ନାଉଗାଁରେ 7, ତିର୍ତ୍ତୋଲରେ 13, ରଘୁନାଥ ପୁରରେ 6 ପାରାଦୀପ ପୌର ପରିଷଦରେ 2ଟି ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି ।ଇଟିଭି ଭାରତ, ଜଗତସିଂହପୁର
Last Updated : Jun 8, 2022, 10:22 PM IST

ABOUT THE AUTHOR

...view details