ଜଗତସିଂହପୁର: ନମାଜ ପଢାକୁ କେନ୍ଦ୍ରକରୀ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି । ଫଳରେ ସଂଖ୍ୟଲଘୁ ସଂମ୍ପ୍ରଦାୟର କିଛି ଲୋକେ ସ୍ଥାନୀୟ ଫାଣ୍ଡିରେ ପଶି ଭଙ୍ଗାରୁଜା କରିବା ସହ ପୋଲିସ ଗାଡିରେ ନିଆଁ ଲଗାଇ ଦେଇଛନ୍ତି ।
ନମାଜ ପଢାକୁ ନେଇ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପୋଲିସ ମଧ୍ୟରେ ସଂଘର୍ଷ - Clashes between minority communities and police over prayers in jagatinghpur
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ କ୍ରିଷ୍ନାନନ୍ଦପୁର ଅଞ୍ଚଳରେ ନମାଜପଢାକୁ କେନ୍ଦ୍ରକରୀ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପୋଲିସ ମଧ୍ୟରେ ସଂଘର୍ଷ । ଅଧିକ ପଢନ୍ତୁ...
ସୂଚନା ଅନୁଯାୟୀ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ କୃଷ୍ଣାନନ୍ଦପୁର ଅଞ୍ଚଳରେ ବୁଧବାର ୪୦ ରୁ୫୦ ଜଣ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ସମୂହ ନମାଜପାଠ କରୁଥିଲେ । ଖବର ପାଇ ପୋଲିସ ମସଜିଦରେ ପହଞ୍ଚି କୋଭିଡ ନିୟମ ଉଲ୍ଲଙ୍ଘନ ନକରିବାକୁ ବାରଣ କରିଥିଲା । ଏଥିରେ ଉତ୍ତକ୍ଷିପ୍ତ ହୋଇ ପୋଲିସ ଉପରେ ଆକ୍ରର୍ମଣ କରିଥିଲେ । ପୋଲିସ୍ ସେଠାରୁ ପଳାଇବା ପରେ କେତେକ ଲୋକେ ସଂଘବଦ୍ଧ ଭାବେ କ୍ରିଷ୍ନାନନ୍ଦପୁର ଫାଣ୍ଡିରେ ପଶି ଭଙ୍ଗାରୁଜା କରିବାସହ ପୋଲିସ୍ ଗାଡି ପୋଡିଦେଇଛନ୍ତି । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆଲୋଚନା ଜାରି ରଖିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ