ଓଡିଶା

odisha

ETV Bharat / state

ନାବଳିକାର ବିବାହ ବେଳେ ଚାଇଲ୍ଡ ଲାଇନର ଚଢାଉ, ଶିଶୁପାଳ ହୋଇ ଫେରିଲା ବର

38 ବର୍ଷିୟ ଯୁବକଙ୍କ ସହ 16 ବର୍ଷୀୟ ନାବାଳିକାଙ୍କ ପଡିଥାନ୍ତା ହାତଗଣ୍ଠି । ଚଢ଼ାଉ କରି ବିବାହ ରୋକିଲା ଚାଇଲ୍ଡ ଲାଇନ । ଅଧିକ ପଢନ୍ତୁ

Childline stop minor girl marriage
Childline stop minor girl marriage

By

Published : Jun 6, 2023, 9:54 AM IST

ଶିଶୁପାଳ ହୋଇ ଫେରିଲା ବର

ଜଗତସିଂହପୁର: ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା । ବର ବେଶରେ ସଜେଇ ହୋଇ ବରଯାତ୍ରୀଙ୍କୁ ଧରି ମନ୍ଦିରରେ ପହଞ୍ଚିଥିଲା ବର । ସେପଟେ କନ୍ୟା ମଧ୍ୟ ସଜେଇ ହୋଇ ମନ୍ଦିରରେ ପହଞ୍ଚିଥିଲା । ଆଉ କିଛି ସମୟ ପରେ ବାଜି ଥାନ୍ତା ସାହାନାଇ ପଡିଥାନ୍ତା ହାତଗଣ୍ଠି । କିନ୍ତୁ ସବୁ ଅନୁକୂଳ ବିଗାଡିଦେଲେ ଚାଇଲ୍ଡ ଲାଇନ । ନାବାଳିକାକୁ ବିବାହ କରିବାକୁ ଆସି ଶିଶୁପାଳ ହୋଇ ଫେରିଛି ବର । ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ସିଦ୍ଧେଶ୍ୱର ମନ୍ଦିରରେ ।

ମିଳିଥିବା ସୂଚନା ଅନୁଯାୟୀ, ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଘଡିମୂଳ ଗ୍ରାମର 38 ବର୍ଷୀୟ ଯୁବକଙ୍କ ସହ ଖୋର୍ଦ୍ଧା ଅଞ୍ଚଳର 16ବର୍ଷୀୟ ଜଣେ ନା ବାଳିକାଙ୍କ ସହ ବିବାହ ଠିକ ହୋଇଥିଲା । ଘଡିମୂଳ ଅଞ୍ଚଳର ଯୁବକ ଜଣଙ୍କ ସୁଦୂର ବେଙ୍ଗାଳୁରୁରେ ଏକ ଘରୋଇ କମ୍ପାନୀ ରେ କାର୍ଯ୍ୟ କରୁଥିବା ବେଳେ ନାବାଳିକାର ମାମୁଁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ତେବେ ଖୋର୍ଦ୍ଧାର ସମ୍ପୃକ୍ତ ନାବାଳିକାଙ୍କ ବାପାଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ମାଆ ମାନସିକ ଅନଗ୍ରସର ହୋଇ ଥିବାରୁ ସେ ମାମୁଁ ଘରେ ରହି ଆସୁଥିଲା ।

ନାବାଳିକା ମାମୁଁଙ୍କ ପ୍ରସ୍ତାବରେ ବରପକ୍ଷ ଲୋକେ ରାଜି ହେବା ସହିତ 5 ତାରିଖ ସୋମବାର ଦିନ ବିବାହ ଦିନ ଧାର୍ଯ୍ୟ ହୋଇଥିଲା । ଗତକାଲି ସକାଳୁସକାଳୁ ବରପକ୍ଷ ଲୋକେ ପୁର୍ବ ପ୍ରସ୍ତୁତି ଅନୁଯାୟୀ ବିରିଡି ବ୍ଲକ ଅନ୍ତର୍ଗତ ସିଧେଶ୍ୱର ମନ୍ଦିରରେ ବରଯାତ୍ରୀ ସହ ପହଞ୍ଚି ଥିଲେ । ପରେ ନାବାଳିକା କନ୍ୟାକୁ ଧରି ଝିଅର ମାମୁଁ ମାଇଁ ମନ୍ଦିରରେ ପହଞ୍ଚି ଥିଲେ । ବିବାହ ପୂର୍ବରୁ ମନ୍ଦିର ପ୍ରଶାସନ ପକ୍ଷରୁ ବର ଓ କନ୍ୟାର ଆଧାର କାର୍ଡ ଓ ପରିଚୟ ପତ୍ର ମଗାଯାଇଥିଲା । ଆଧାର କାର୍ଡରେ ନାବାଳିକାର ବୟସ ୧୬ ବର୍ଷ ହୋଇଥିବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ବିରିଡି ଥାନାକୁ ଖବର ଦିଆଯାଇଥିଲା।

ଖବର ପାଇ ବିରିଡି ଥାନା ପୋଲିସ ଓ ବିରିଡି ସିଡିପିଓ ଘଟଣାସ୍ଥଳରେ ଚଢ଼ାଉ କରିଥିଲେ । ଏହି ବିବାହ କରୁଥିବା ପୌରହିତ ଜଣକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ବର ଓ ନାବାଳିକା କନ୍ୟା ସମେତ ଉଭୟ ପକ୍ଷଙ୍କୁ ବିରିଡି ପୋଲିସ ଥାନାକୁ ଆଣାଯାଇଥିଲା । ପରେ ନାବାଳିକା କନ୍ୟା ଓ ବରଙ୍କୁ ରାତି 9 ସମୟରେ ଜଗତସିଂହପୁର ସିଡବ୍ଲୁସି ନିକଟରେ ହାଜର କରାଯାଇଥିଲା । ଏହି ଘଟଣାରେ ସିଡବ୍ଲୁସିର ଅଧ୍ୟକ୍ଷ ସକୁନ୍ତଳା ଚୌଧୁରୀ ନାବାଳିକା କନ୍ୟାକୁ ସଖୀ ଗୃହକୁ ପଠାଇ ଦେଇଥିବା ବେଳେ ବିବାହ ପାଇଁ ଆସିଥିବା ବରକୁ ଛାଡି ଦେଇଥିଲେ । ଶେଷରେ ବର ଶିଶୁପାଳ ହୋଇ ଫେରିଛି । ତଦନ୍ତ ପରେ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଉଭୟ ପରିବାରଙ୍କ ନାମରେ ମାମଲା ରୁଜୁ କରାଯିବ ବୋଲି ଶିଶୁ ମଙ୍ଗଳ କମିଶନ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details