ଜଗତସିଂହପୁର: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ଶାରଳାଙ୍କ ମନ୍ଦିରରେ ଚନ୍ଦନ ଯାତ୍ରାର ହଳଦୀ ପାଣି ଉତ୍ସବ ଅନୁଷ୍ଠିତ ହୋଇଛି । ମା'ଙ୍କ ଚଳନ୍ତି ପ୍ରତିମା ମଣି ବିମାନରେ ବିଜେ କରିଥିଲେ । ଏହା ପରେ ଚନ୍ଦନ ଚାପ ପାଇଁ ବିଜେ କରିଥିଲେ ।
ପବିତ୍ର ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ଚନ୍ଦନ ଯାତ୍ରାର ହଳଦୀ ପାଣି ଉତ୍ସବ ଶୁକ୍ରବାର ପାଳନ କରାଯାଇଛି । ଯାହା ଆଜି (ଶୁକ୍ରବାର) ଶେଷ ହେବ । ମାଙ୍କୁ ଚନ୍ଦନ ପୁଷ୍କରିଣୀ ଚତୁଃପାର୍ଶ୍ବରେ ଏକୋଇଶ ଥର ପରିକ୍ରମା କରାଯିବା ପରେ ଦୀପ ଦଣ୍ଡିରେ ମାଙ୍କୁ ବିଜେ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଏହା ପରେ ବିଧି ମୁତାବକ ହଳଦୀ ପାଣିରେ ମାଙ୍କୁ ସ୍ନାନ କରାଯିବା ପରେ ଚନ୍ଦନ କୁଣ୍ଡରେ ଜଳଶାୟୀ କରାଯାଇଥିଲା ।