ଜଗତସିଂହପୁର: ଶେଷ ହୋଇଛି ଚୈତ୍ର ପାର୍ବଣ ପୂଜା । ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଛି । ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ଶାରଳାଙ୍କ ଝାମୁଯାତ୍ରା ଗତ ପଣା ସଂକ୍ରାନ୍ତିରେ ଉଦଯାପିତ ହୋଇଯାଇଥିଲା । ଏବେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା' ମଙ୍ଗଳାଙ୍କ ନିକଟରେ ପ୍ରଚଳିତ ବିଧି ଅନୁସାରେ ଝାମୁଯାତ୍ରା ହୋଇଛି ।
ସରିଲା ଚୈତ୍ର ପାର୍ବଣ ପୂଜା, ଘଣ୍ଟ ନୃତ୍ୟରେ କମ୍ପିଲା ପରିବେଶ - ଜଗତସିଂହପୁର ଚୈତ୍ର ପାର୍ବଣ ପୂଜା
ଶେଷ ହେଲା ଚୈତ୍ର ପାର୍ବଣ ପୂଜା । ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ
ସରିଲା ଚୈତ୍ର ପାର୍ବଣ ପୂଜା, ଘଣ୍ଟ ନୃତ୍ୟରେ କମ୍ପିଲା ପରିବେଶ
ସରିଲା ଚୈତ୍ର ପାର୍ବଣ ପୂଜା, ଘଣ୍ଟ ନୃତ୍ୟରେ କମ୍ପିଲା ପରିବେଶ
ଜଗତସିଂହପୁର ଜିଲ୍ଲାର କେତେକ ଶକ୍ତିପୀଠରେ ମଧ୍ୟ ଝାମୁଯାତ୍ରା ଦେଖିବାକୁ ମିଳୁଛି । ଚୈତ୍ରମାସର ପ୍ରଥମ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ନେତ୍ରୋତ୍ସବ ଓ ଝାମୁଯାତ୍ରା ବୈଶାଖ ପର୍ଯ୍ୟନ୍ତ ଚାଲେ । ଏହି ଅବସରରେ ପାରାଦୀପ ସ୍ଥିତ ବିଭିନ୍ନ ଶକ୍ତିପୀଠରେ ଦେବୀ ନୃତ୍ୟ ଓ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଯାତ୍ରାରେ ଶହ ଶହ ଲୋକଙ୍କ ଭିଡ ଜମିଥିଲା । ଏହାସହିତ ପନ୍ଥେଇ ପୂଜା ଓ ଝାମୁଓଷା ମଧ୍ୟ ସମାପନ ହୋଇଯାଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ