ଜଗତସିଂହପୁର: ଜିଲ୍ଲାରେ କେନ୍ଦ୍ରୀୟ ଟିମର ଅମ୍ଫନ ବାତ୍ୟା ଅଞ୍ଚଳ ଗସ୍ତ । ଜଗତସିଂହପୁର ଜିଲ୍ଲାରେ କେନ୍ଦ୍ରୀୟ ପ୍ରତିନିଧି ଦଳ ପ୍ରଥମେ ପାରାଦୀପ, କୁଜଙ୍ଗ ଓ ଏରସମା ପ୍ରଭୃତି କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ । ଜିଲ୍ଲାରେ ହୋଇଥିବା ବାତ୍ୟା ଅମ୍ଫାନର କ୍ଷୟକ୍ଷତି କେନ୍ଦ୍ରୀୟ କମିଟି ଆକଳନ କରିଛି ।
ଜଗତସିଂହପୁର ଜିଲ୍ଲାରେ ବାତ୍ୟା ଅମ୍ଫନ ପ୍ରଭାବରେ ୧୦,୭୪ ହେକ୍ଟର ଚାଷଜମି ନଷ୍ଟ ହୋଇଥିବା ବେଳେ ୫୮,୫୮ ହେକ୍ଟର ଜଙ୍ଗଲ ଓ ୩୫୪ ଟି ପାନବରଜ ନଷ୍ଟ ହୋଇଛି । ସେହିଭଳି ବିଦ୍ୟୁତ ବିଭାଗର 1୩୬୯ ଟି ବିଦ୍ୟୁତ ଖୁଣ୍ଟ ଭଙ୍ଗି ପଡିଥିବା ବେଳେ ୫୧ ଟିଟିଡିଟି ଆର କ୍ଷତିଗ୍ରସ୍ତ ହୋଇଛି । ଜିଲ୍ଲା ପ୍ରଶାସନର ଆକଳନ ଅନୁସାରେ ଜଙ୍ଗଲ ବିଭାଗର ୨୦ କୋଟି ୭୬ ଲକ୍ଷ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ୩୦ ଲକ୍ଷ, ଜନସ୍ବାସ୍ଥ୍ୟ ବିଭାଗର ୪୫.୨୫ ଲକ୍ଷ , ସ୍କୁଲ ଓ ଗଣଶିକ୍ଷା ବିଭାଗର ୨୭୯.୧୦ ଲକ୍ଷ, ପୂର୍ତ୍ତ ବିଭାଗର ୫୮.୯୫ ଲକ୍ଷ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ୫୬.୭୮ ଲକ୍ଷ ଟଙ୍କାର ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ପ୍ରଶାସନ କେନ୍ଦ୍ରୀୟ କମିଟିକୁ ରିପୋର୍ଟ ଦେଇଛି ।