ଜଗତସିଂହପୁର: ବିକାଶ ପଥରେ ଆଗଇେବ ବାଲିକୁଦା । ଆଉ ରହିବନି ଟ୍ରାଫିକ ସମସ୍ୟା କି ଅଟକିବନି ଆମ୍ବୁଲାନ୍ସ । ରହିବନି ଦୁର୍ଘଟଣାର ଡର । ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବ ଭାରତରୁ ବିକାଶର ସୂର୍ଯ୍ୟୋଦୟ କଥା ସତ ହେବାକୁ ଯାଉଛି । ଓଡିଶାରେ ଜାତୀୟ ରାଜପଥ-୫୫ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର । କନ୍ଦରପୁରରୁ ବାଲିକୁଦା ସେକ୍ସନର ଦୋହରୀକରଣ ଓ ସୁଦୃଢୀକରଣ ପାଇଁ ୪୯୯ କୋଟି ୭୯ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଏଥିସହ ରାସ୍ତା ନିର୍ମାଣ ପାଇଁ ଏହି ବ୍ୟୟବରାଦକୁ ସୀକୃତି ମଧ୍ୟ ଦେଇଛନ୍ତି ।
ସେହିପରି ଛତିଶଗଡର ରାୟପୁର-ବିଶାଖାପାଟନମ୍ ଅର୍ଥନୈତିକ କରିଡର ଅଧୀନରେ, ଜିଲ୍ଲା କୋଣ୍ଡାଗାଓଁର NH-130CD ର ବାସାନୱାହି-ମାରଙ୍ଗପୁରୀ ବିଭାଗର 6 ଲେନ ବିଶିଷ୍ଟ ରାସ୍ତା ନିର୍ମାଣକୁ 1307.16 କୋଟି ବଜେଟକୁ ଅନୁମୋଦନ ମିଳିଛି ।