ଓଡିଶା

odisha

ETV Bharat / state

ଭୀମରାଓ ଆମ୍ବେଦକରଙ୍କୁ ସୋସିଆଲ ମିଡ଼ିଆରେ ବସ କଣ୍ଡକ୍ଟର ଚିତ୍ରଣ, ଥାନାରେ ଏତଲା - ଆମ୍ବେଦକରଙ୍କୁ ବସ କଣ୍ଡକ୍ଟର ଚିତ୍ରଣ

ସୋସିଆଲ ମିଡ଼ିଆରେ ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କୁ ବସ କଣ୍ଡକ୍ଟର ଭାବେ ଚିତ୍ରଣ କରାଯାଇଛି । ଏକ ନକଲି ଫେସବୁକ ଆକାଉଣ୍ଟରୁ ଏହା କରାଯାଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଭୀମରାଓ ଆମ୍ବେଦକରଙ୍କୁ ସୋସିଆଲ ମିଡ଼ିଆରେ ବସ କଣ୍ଡକ୍ଟର ଚିତ୍ରଣ, ଥାନାରେ ଏତଲା
ଭୀମରାଓ ଆମ୍ବେଦକରଙ୍କୁ ସୋସିଆଲ ମିଡ଼ିଆରେ ବସ କଣ୍ଡକ୍ଟର ଚିତ୍ରଣ, ଥାନାରେ ଏତଲା

By

Published : Jul 5, 2021, 6:58 AM IST

ଜଗତସିଂହପୁର: ସୋସିଆଲ ମିଡ଼ିଆରେ ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କୁ ବସ କଣ୍ଡକ୍ଟର ଭାବେ ଚିତ୍ରଣ କରାଯାଇଛି । ଏକ ନକଲି ଫେସବୁକ ଆକାଉଣ୍ଟରୁ ଏହା କରାଯାଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଗତକାଲି(ରବିବାର) ରାତି 8ଟା ସମୟରେ ରାଜ୍ୟ ବହୁଜନ ଛାତ୍ର ଓ ଯୁବ ସାମୁଖ୍ୟର ସଂଯୋଜକ ଅନୀଲ କୁମାର ମଲ୍ଲିକ ନାଉଗାଁ ଥାନାରେ ଅଭିଯୋଗ କରିଛନ୍ତି।

ଭୀମରାଓ ଆମ୍ବେଦକରଙ୍କୁ ସୋସିଆଲ ମିଡ଼ିଆରେ ବସ କଣ୍ଡକ୍ଟର ଚିତ୍ରଣ, ଥାନାରେ ଏତଲା

‘ବିଙ୍ଗ ଓଡ଼ିଶା’ ନାମକ ଏକ ଫେସବୁକ ଆକାଉଣ୍ଟରୁ ଏହିଭଳି ପୋଷ୍ଟ କରାଯାଇଥିବା ସେ ଅଭିଯୋଗ କରିବା ସହ ମୁହେଲ କୁମାର ପଣ୍ଡା ନାମକ ଜଣେ ବ୍ୟକ୍ତି ଏହିଭଳି ଅସମ୍ମାନ ଜନକ ଚିତ୍ରଣ କରିଥିବା ଥାନାରେ ଅଭିଯୋଗ ହୋଇଛି। ତୁରନ୍ତ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଦାବି କରିଛନ୍ତି। ଆମ୍ବେଦକରଙ୍କ ଭଳି ଜଣେ ସଚ୍ଚୋଟ ଦେଶ ଭକ୍ତଙ୍କୁ ନେଇ ଏଭଳି ପୋଷ୍ଟ କରିବା ଉଚିତ ନୁହେଁ ବୋଲି କହି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ଦାବି କରିଛନ୍ତି।


ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details