ପାରାଦ୍ବୀପ:ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ଗଡ଼ ଚୂନଛକ ନିକଟରେ ଆଜି(ରବିବାର) ସକାଳୁ ସଡକ ଦୁର୍ଘଟଣା ହୋଇଛି । ଏଥିରେ ଓଡି୦୫ଏଏ୫୪୩୩ ନମ୍ବର ବିଶିଷ୍ଟ ଏକ ଧଳା କାରଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଡ୍ରାଇଭର ଅଜୟ ସେନାପତିଙ୍କ ମୃତ୍ୟୁ ହୋଇଛି । ଗାଡିଟି ପାରାଦ୍ବୀପରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିଲା ବୋଲି ଜଣାପଡିଛି ।
ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି । ଗାଡିଟି ରାସ୍ତାର ଡିଭାଇଡ଼ର ଅତିକ୍ରମ କରିବା ସମୟରେ ଦୁର୍ଘଟଣା ଘଟିଛି । ଗାଡ଼ିରେ ଥିବା ଅନ୍ୟ ଦୁଇଜଣ ଆହତଙ୍କୁ ଉଦ୍ଧାର କରି ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ମୃତ ଡ୍ରାଇଭର ଅଜୟ ସେନାପତିଙ୍କ ଘର ଢେଙ୍କାନାଳ ଜିଲ୍ଲା ତୁମୁସିଂହା ଥାନା କନ୍ତିଓ ଗ୍ରାମରେ । ମୃତ ଅଜୟ ପାରାଦୀପରେ ଜଣେ ଟ୍ରକ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିବା ଜଣାପଡିଛି l