ଓଡିଶା

odisha

ETV Bharat / state

Panchayat Polls: ଜଗତସିଂହପୁରରେ ଜମୁଛି ପ୍ରଚାର, ଦିନରାତି ଏକ କରିଦେଇଛନ୍ତି ନେତା

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ ହେବା ପରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ନେଇ ଚଳଚଞ୍ଚଳ ହୋଇ ଉଠିଛି ଗାଁଠୁ ସହର। ଜନକଲ୍ୟାଣକାରୀ ଯୋଜନାର ପ୍ରତିଶୃତି ଦେଇ ନିଜ ସମର୍ଥକଙ୍କ ସହ ଘରକୁ ଘର ବୁଲି ଜନତାଙ୍କୁ ଆକୃଷ୍ଟ କରିବାରେ ଜୋରସୋର କସରତ କରୁଛନ୍ତି ପ୍ରାର୍ଥୀ। ଅଧିକ ପଢ଼ନ୍ତୁ

candidate campaign for second phase panchayat election in jagatsinghpur
ଜଗତସିଂହପୁରରେ ଜମୁଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର

By

Published : Feb 16, 2022, 1:40 PM IST

Updated : Feb 16, 2022, 1:53 PM IST

ଜଗତସିଂହପୁର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ ହେବା ପରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ନେଇ ଚଳଚଞ୍ଚଳ ହୋଇ ଉଠିଛି ଗାଁଠୁ ସହର। ଜନକଲ୍ୟାଣକାରୀ ଯୋଜନାର ପ୍ରତିଶୃତି ଦେଇ ନିଜ ସମର୍ଥକଙ୍କ ସହ ଘରକୁ ଘର ବୁଲି ଜନତାଙ୍କୁ ଆକୃଷ୍ଟ କରିବାରେ ଜୋରସୋର କସରତ କରୁଛନ୍ତି ପ୍ରାର୍ଥୀ।

ରାଜ୍ୟରେ ଆଜି ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର 26ଟି ଜିଲ୍ଲା ପରିଷଦ ଆସନରୁ ବାଲିକୁଦା ବ୍ଲକର 30ଟି ପଞ୍ଚାୟତର 4 ଜିଲ୍ଲା ପରିଷଦ ଆସନ ପାଇଁ ମତଦାନ ହେବ। ଏଥିରେ 142113 ଜଣ ମତଦାତା 17 ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଅପରପକ୍ଷେ ଆସନ୍ତା 18 ତାରିଖରେ ଜଗତସିଂହପୁର ଠାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହେବ।

Panchayat Polls: ଜଗତସିଂହପୁରରେ ଜମୁଛି ପ୍ରଚାର, ଦିନରାତି ଏକ କରିଦେଇଛନ୍ତି ନେତା

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ରାତି 10ରୁ ପ୍ରଚାର ଶେଷ ହେଉଥିବାରୁ ବିଭିନ୍ନ ଦଳର ହେବିୱେଟ ନେତା ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ବିଜେଡି ସପକ୍ଷରେ ବିଧାୟକ ପ୍ରଶାନ୍ତ ମୁଦୁଲି ରୋଡ଼ ଶୋ କରି ଭୋଟ ଭିକ୍ଷା କରୁଛନ୍ତି। ସେହିପରି ବିଜେପି ପ୍ରାର୍ଥୀଙ୍କ ପାଇଁ ପୂର୍ବତନ ସାଂସଦ ବିଭୂ ପ୍ରସାଦ ତରାଇ ଓ କଂଗ୍ରେସର ହେଭିୱେଟ ନେତା ଚିରଞ୍ଜିବୀ ବିଶ୍ବାଳ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Feb 16, 2022, 1:53 PM IST

ABOUT THE AUTHOR

...view details