ଜଗତସିଂହପୁର: ସିଏଏ ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ ପାଇଁ ବିଜେପି ଆରମ୍ଭ କରିଛି ଜନଜାଗରଣ ଅଭିଯାନ । ସାରାଦେଶରେ ଅଭିଯାନ କରାଯାଉଥିବା ବେଳେ ସେହି ପରିପ୍ରେକ୍ଷୀରେ ଜଗତସିଂହପୁରରେ ଅନୁଷ୍ଠିତ ହୋଇଛି ବୁଦ୍ଧିଜୀବୀ ସମ୍ମିଳନୀ ।
ଏଥିରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ଓ ରାଜ୍ୟ ବିଜେପି ଉପସଭାପତି ରମା ରଞ୍ଜନ ବଳିୟାର ସିଂ ପ୍ରମୁଖ ଯୋଗ ଦେଇଥିଲେ । ବିରୋଧୀ କଂଗ୍ରେସ ଓ ବାମଦଳ ନାଗରିକତା ସଂଶୋଧନ ଆଇନକୁ ନେଇ ଅପପ୍ରଚାର ଚଳାଇଥିବା ସେମାନେ କହିଛନ୍ତି ।