ଓଡିଶା

odisha

ETV Bharat / state

ଶ୍ମଶାନରେ ଲକ୍ଷାଧିକ ମୂଲ୍ୟର ଔଷଧ ଜାଳିଦେଲେ ଦୁର୍ବୃତ୍ତ - medicine burnt in crematorium

ରାତି ଅଧିଆ 2ଟି ଟା ଟାକ୍ଟର ସାହଯ୍ୟରେ କିଛି ଦୁର୍ବୃତ୍ତ ସରକାରୀ ମେଡିସିନ ଓ ସାଲାଇନ ଆଣି ଜାଳି ଦେଇଥିବା ଖବର ମିଳିଛି। ଘଟଣାଟି ଦେଖିବାକୁ ମିଳିଛି ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ତରଡାପଡା ଅନ୍ତର୍ଗତ ଚାନ୍ଦୁରା ଶ୍ମଶାନରେ। ଅଧିକ ପଢନ୍ତୁ...

ଶ୍ମଶାନରେ ପୋଡ଼ି ଦେଲେ ଲକ୍ଷ ଲକ୍ଷ ଟଙ୍କାର ଜୀବନ ରକ୍ଷାକାରି ଔଷଧ
ଶ୍ମଶାନରେ ପୋଡ଼ି ଦେଲେ ଲକ୍ଷ ଲକ୍ଷ ଟଙ୍କାର ଜୀବନ ରକ୍ଷାକାରି ଔଷଧ

By

Published : Mar 31, 2021, 11:37 AM IST

Updated : Mar 31, 2021, 2:10 PM IST

ଜଗତସିଂହପୁର: ଶ୍ମଶାନରେ ଜଳୁଛି ଲକ୍ଷାଧିକ ଟଙ୍କାର ଔଷଧ। ଏତେ ପରିମାଣର ଔଷଧ କିଏ ଓ କେମିତି ଆଣି ଏଠାରେ ପଡିଲା ତାହା ଜଣା ପଡ଼ିନାହିଁ। ଏହି ଶ୍ମଶାନଟି ଜନବସତି ଠାରୁ ଦୂରରେ ରହିଛି।

କେହି ଯେପରି କିଛି ଜାଣି ନପାରିବେ ସେଥିପାଇଁ ରାତି ଅଧିଆ 2ଟି ଟା ଟାକ୍ଟର ସାହଯ୍ୟରେ କେହିଜଣେ ଦୁର୍ବୃତ୍ତ ସରକାରୀ ମେଡିସିନ ଓ ସାଲାଇନ ଆଣି ଜାଳି ଦେଇଥିବା ଖବର ମିଳିଛି। ଘଟଣାଟି ଦେଖିବାକୁ ମିଳିଛି ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ତରଡାପଡା ଅନ୍ତର୍ଗତ ଚାନ୍ଦୁରା ଶ୍ମଶାନରେ।

ଶ୍ମଶାନରେ ଲକ୍ଷାଧିକ ମୂଲ୍ୟର ଔଷଧ ଜାଳିଦେଲେ ଦୁର୍ବୃତ୍ତ

ଗ୍ରାମବାସୀମାନେ ଏହାକୁ ଦେଖିବା ପରେ ସେଠାରେ ପହଁଞ୍ଚିଲା ବେଳକୁ ଦ୍ରୁତ ଗତିରେ ଟାକ୍ଟର ଓ ମେଡିସିନ ପୋଡୁଥିବା ଲୋକେ ପଳାଇ ଯାଇଥିଲେ। ତେବେ ଏହାକୁ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କିଛି କୁହାଯାଇ ନାହିଁ।

ଏତେ ପରିମାଣର ଔଷଧ କେଉଁଠୁ ଆସିଲା ଓ ଏହାକୁ କିଏ ଜାଳିଲା ଏହାକୁ ନେଇ ପ୍ରଶ୍ନ ଉଠିଛି। ଏହା ସରକାରୀ ଔଷଧ ନା ଜିଏସଟି ଫାଙ୍କିବା ପାଇଁ କୌଣସି ମେଡିସିନ ହୋଲସେଲର ଏଠାରେ ମେଡିସିନ ପଡିଛି ତାହା ଜଣାପଡିନାହିଁ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Mar 31, 2021, 2:10 PM IST

ABOUT THE AUTHOR

...view details