ଜଗତସିଂହପୁର :କମୁନି ଧଳା ଜହର କାରବାର । ଜଗତସିଂହପୁର ସହରର କୁଖ୍ୟାତ ବ୍ରାଉନସୁଗାର ବେପାରୀ ଆଲୋକ ଦାସ ଓ ତାର ପତ୍ନୀଙ୍କୁ ଗିରଫ କରାଯାଇଛି । ପୋଲିସକୁ ଚକମା ଦେଇ ବାରମ୍ବାର ଖସି ଯାଉଥିବା ଏହି ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗ୍ରାହକ ବେଶରେ ପୋଲିସ ଯାଇ ଧରିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।
ସୂଚନା ଅନୁସାରେ, ଜଗତସିଂହପୁର ସହରର ଗୋପାଳ ସାଗର ନିକଟରେ ଏକ ପରିତ୍ୟକ୍ତ ଘରେ ଆଲୋକ ଦାସ ନାମକ ଜଣେ ବ୍ୟକ୍ତି ଓ ତାଙ୍କ ପତ୍ନୀ ରାଜ୍ୟ ବାହାରୁ ବ୍ରାଉନସୁଗାର ଆଣି ବିକ୍ରି କରୁଥିଲା। ଏନେଇ ପୋଲିସ ସୂଚନା ପାଇଥିଲା । ଗ୍ରାହକ ବେଶରେ ପୋଲିସ ଯାଇ ତାକୁ ଉଭୟଙ୍କୁ କାବୁ କରି ନେଇଥିଲା।