ଜଗତସିଂହପୁର: ସହରରେ ପୁଣି ବ୍ରାଉନସୁଗର ମାଫିଆଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । ବାଲେଶ୍ବରରୁ ଜଗତସିଂହପୁର ପର୍ଯ୍ୟନ୍ତ ଧଳାଜହରର ଚେର ଲମ୍ବିଥିବା ପୋଲିସ ତଦନ୍ତରୁ ଜଣାପଡିଛି । ଶୁକ୍ରବାର ସନ୍ଧ୍ୟାରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ସ୍ଥାନୀୟ ଗୋପାଳ ସାଗର ନିକଟରେ ଏକ ସନ୍ଦିଗ୍ଧ ବ୍ୟକ୍ତି ଗୋଲାପୀ ରଙ୍ଗର ଏକ ବ୍ୟାଗ ଧରି ଛିଡା ହୋଇଥିବା ବେଳେ ପୋଲିସକୁ ଦେଖି ଦୌଡିଥିଲେ ।
ଜଗତସିଂହପୁରରେ ଧଳାଜହର କାରବାର, ଲକ୍ଷାଧିକ ମୂଲ୍ୟର ବ୍ରାଉନସୁଗର ଜବତ - ଉନସୁଗର ମାଫିଆ
ଜଗତସିଂହପୁର ସହରରେ ବ୍ରାଉନସୁଗର ମାଫିଆଙ୍କ ଦୌରାତ୍ମ୍ୟ । 18.30 ଗ୍ରାମର ବ୍ରାଉନ ସୁଗର ସମେତ 1 ଲକ୍ଷ 40 ହଜାର ଟଙ୍କା ଜବତ । ଅଧିକ ପଢନ୍ତୁ...
ଲକ୍ଷାଧିକ ଟଙ୍କା ସହ ବ୍ରାଉନ ସୁଗର ଜବତ
ଲକ୍ଷାଧିକ ଟଙ୍କା ସହ ବ୍ରାଉନ ସୁଗର ଜବତ
ପୋଲିସ ଏହା ଦେଖି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗୋଡ଼ାଇ ଥାନାକୁ ଆଣିବା ସହ ବ୍ୟାଗକୁ ଚେକ କରିବାରୁ ସେଥିରେ 18.30 ଗ୍ରାମର ବ୍ରାଉନସୁଗର ସମେତ 1 ଲକ୍ଷ 40 ହଜାର ଟଙ୍କା ଜବତ କରିଛି। ତେବେ ସନ୍ଦିଗ୍ଧ ବ୍ୟକ୍ତି ଜଣଙ୍କ ବାଲେଶ୍ଵର ଜିଲ୍ଲାର ସରୋଜ କୁମାର ମଲ୍ଲିକ ବୋଲି କହିଛି । ସେ ବ୍ରାଉନସୁଗର ବିକ୍ରି ପାଇଁ ଜଗତସିଂହପୁର ଆସିଥିବା ପୋଲିସ ଆଗରେ ପ୍ରକାଶ କରିଛି । ପୋଲିସ ଅଭିଯୁକ୍ତ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ