ଜଗତସିଂହପୁର: ଜିଲ୍ଲାସ୍ଥିତ ସଦର ଥାନା ଅନ୍ତର୍ଗତ ପାକନପୁର ଅଞ୍ଚଳରୁ ବ୍ରାଉନସୁଗାର ଜବତ । ମାମଲାରେ ସମ୍ପୃକ୍ତ 2 ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଉଭୟ ବ୍ରାଉନସୁଗାର ଚାଲାଣ କରୁଥିବା ସମୟରେ ପୋଲିସ ତାଙ୍କୁ ଗିରଫ କରିଛି । ଏଥିସହ ସେମାନଙ୍କ ନିକଟରୁ ନଗଦ ଟଙ୍କା ଏବଂ ଗୋଟିଏ ବାଇକ୍ ଜବତ କରାଯାଇଛି ।
ଜଗତସିଂହପୁରରୁ ବ୍ରାଉନସୁଗାର ଜବତ, 2 ଗିରଫ - jagatsingpur brounsugar seized news
ଜଗତସିଂହପୁର ପୋଲିସ ପକ୍ଷରୁ ଚଢାଉ କରାଯାଇ ବ୍ରାଉନସୁଗାର ଜବତ କରାଯିବା ସହ 2 ଚାଲାଣକାରୀଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ....
ସୂଚନା ଅନୁଯାୟୀ ଜଗତସିଂହପୁର ଜିଲ୍ଲା ସ୍ଥିତ ସଦର ଥାନା ଅନ୍ତର୍ଗତ ପାକନପୁର ଅଞ୍ଚଳରୁ 4 ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି । ଜଗତସିଂହପୁର ପୋଲିସ ବ୍ରାଉନସୁଗାର ଚାଲାଣ ହେଉଥିବା ନେଇ ଖବର ପାଇ ତଦନ୍ତ ଜାରି ରଖିଥିଲା । ସମ୍ରାଟ ନାୟକ ଓ ରାହୁଲ ବାରିକ ନାମକ 2 ଜଣ ଯୁବକ ଚାଲାଣ କରୁଥିବାବେଳେ ପୋଲିସ ଉଭୟଙ୍କୁ ଗିରଫ କରିଛି । ଏଥିସହ ସେମାନଙ୍କ ନିକଟରୁ ସାଢେ ଚାରି ହଜାର ଟଙ୍କା ଏବଂ ଗୋଟିଏ ବାଇକ ଜବତ କରିଛି ପୋଲିସ । ଗିରଫ ସମ୍ରାଟର ଘର ସଦର ଥାନା ଚାନ୍ଦୋଳ ହୋଇ ଥିବାବେଳେ ଅନ୍ୟଜଣଙ୍କ ଘର କାଦୁଅପଡା ଅଞ୍ଚଳର ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ