ଓଡିଶା

odisha

ETV Bharat / state

ବିପଦ ସଙ୍କୁଳ ଅବସ୍ଥାରେ ମାଛଗାଁ କେନାଲ ପୋଲ - machhagaon

ଦୁର୍ବଳ ହେବାରେ ଲାଗିଛି ଜଗତସିଂହପୁର-ପୁରୀକୁ ଯୋଡୁଥିବା ମାଛଗାଁ କେନାଲ ପୋଲ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

By

Published : Jul 1, 2019, 6:49 PM IST

Updated : Jul 1, 2019, 7:06 PM IST

ଜଗତସିଂହପୁର: ଅଡଶପୁର କଟକ ପୁରୀକୁ ଯୋଡୁଥିବା ମୁଖ୍ୟରାସ୍ତାର ମାଛଗାଁ କେନାଲ ପୋଲଟି ଦୁର୍ବଳ ହେବାରେ ଲାଗିଛି । ଯେକୌଣସି ସମୟରେ ମଧ୍ୟ ଏହି ପୋଲଟି ଭୁଶୁଡ଼ି ପଡିବାର ସମ୍ଭାବନା ରହିଛି । ବ୍ରିଟିଶ ଅମଳରୁ ନିର୍ମାଣ କରାଯାଇଥିବା ଏହି ପୋଲଟି ମରାମତି ଅଭାବ ଯୋଗୁଁ କ୍ରମଶଃ ବିପଦ ସଂକୁଳ ଅବସ୍ଥାକୁ ଚାଲି ଆସିଲାଣି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ତେବେ ଏହି ପୋଲ ଉପର ଦେଇ ମଧ୍ୟ ଆଳିପିଙ୍ଗଳ ବାଲିଘାଟରୁ ବାଲି ଭର୍ତ୍ତି କରି ଭାରିଯାନ ଗୁଡ଼ିକ ଚଳାଚଳ କରୁଛି । ମାତ୍ର 15 ମିଟର ଦୂରରେ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ 50 ମିଟର ଦୂରରେ ଜିଲ୍ଲା ଜଳସେଚନ ବିଭାଗ କାର୍ଯ୍ୟାଳୟ ଓ 20 ମିଟର ଦୂରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଥିଲେ ମଧ୍ୟ କିପରି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆଢୁଆଳ ହୋଇ ରହିଯାଉଥିବା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏସମ୍ପର୍କରେ ଆମେ ଜିଲ୍ଲା ଜଳ ସମ୍ପଦ ବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଚାହିଁଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ ।


ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Last Updated : Jul 1, 2019, 7:06 PM IST

For All Latest Updates

ABOUT THE AUTHOR

...view details