ଓଡିଶା

odisha

ETV Bharat / state

ପାରାଦୀପରେ ଡଙ୍ଗାବୁଡି 2 ମତ୍ସ୍ୟଜୀବୀଙ୍କ ମୃତ୍ୟୁ - ପାରାଦୀପରେ ଡଙ୍ଗାବୁଡି ଘଟଣା

ପାରାଦୀପ ସମୁଦ୍ର ମୁହାଣରେ ଡଙ୍ଗା ବୁଡ଼ି ଘଟଣାରେ ୨ ଜଣ ମତ୍ସ୍ୟଜୀବୀ ମୃତ୍ୟୁବରଣ କରିଥିବାବେଳେ ୧୩ ଜଣକୁ ଉଦ୍ଧାର କରାଯାଇଛି।

paradeep
ଡଙ୍ଗାବୁଡି ମତ୍ସ୍ୟଜୀବୀଙ୍କ ମୃତ୍ୟୁ

By

Published : Jun 12, 2020, 3:14 PM IST

Updated : Jun 12, 2020, 4:43 PM IST

ଜଗତସିଂହପୁର: ଡଙ୍ଗାବୁଡି ଘଟଣାରେ ୨ ମତ୍ସ୍ୟଜୀବୀଙ୍କ ମୃତ୍ୟୁ । ପାରାଦୀପ ସମୁଦ୍ର ମୁହାଣରେ ଡଙ୍ଗା ବୁଡ଼ି ଘଟଣାରେ ୨ ଜଣ ମତ୍ସ୍ୟଜୀବୀ ମୃତ୍ୟୁବରଣ କରିଥିବାବେଳେ ୧୩ ଜଣକୁ ଉଦ୍ଧାର କରାଯାଇଛି। ଶୁକ୍ରବାର ସକାଳୁ ମା' କାଳୀ ନାମକ ଡଙ୍ଗାରେ ୧୫ ଜଣ ମତ୍ସ୍ୟଜୀବୀ ମାଛ ଧରିବାକୁ ସମୁଦ୍ର ଭିତରକୁ ଯାଇ ଫେରୁଥିବା ସମୟରେ ଏହି ଅଘଟଣ ଘଟିଛି ।

ଡଙ୍ଗାବୁଡି ମତ୍ସ୍ୟଜୀବୀଙ୍କ ମୃତ୍ୟୁ

ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଓ ପବନ ହେଉଥିବା କାରଣରୁ ଡଙ୍ଗାରେ ଥିବା ମତ୍ସ୍ୟଜୀବୀ ଲଙ୍ଗର ପକାଇବା ସମୟରେ କୌଣସି କାରଣବଶଃତ ଲଙ୍ଗର ଛିଡି ଯିବାରୁ ଡଙ୍ଗାଟି ଭାରସମ୍ୟ ହରାଇ ବୁଡ଼ି ଯାଇଥିଲା । ତେବେ ପାଖରେ ଥିବା ଅନ୍ୟ ଡଙ୍ଗା ଓ ମତ୍ସ୍ୟଜୀବୀଙ୍କ ସହାୟତାରେ ୧୩ ଜଣଙ୍କୁ ଉଦ୍ଧାର କରାଯାଇ ଥିବାବେଳେ ୨ ଜଣ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ମୃତ ଦୁଇ ଜଣ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଜଣେ ୪୯ ବର୍ଷ ବର୍ଷୀୟ ବିଦୁ ଭୁଷଣ ମାଇତି ଓ ଅନ୍ୟଜଣେ ୪୪ ବର୍ଷ ଗୁରୁଚାନ୍ଦ ରାୟ ବୋଲି ଜଣାପଡିଛି। ଏମାନଙ୍କ ଘର ବିଜୟଚାନ୍ଦ ବୋଲି ଜଣାପଡିଛି। ତେବେ ୧୩ ଜଣଙ୍କ ମଧ୍ୟରୁ ଭିମ ମଣ୍ଡଳଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପାରାଦୀପ ଅଠରବାଙ୍କି ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Last Updated : Jun 12, 2020, 4:43 PM IST

ABOUT THE AUTHOR

...view details