ଓଡିଶା

odisha

ETV Bharat / state

ବ୍ଲାକରୋଜ୍ ବୁଡି ଘଟଣା: ଆରମ୍ଭ ହେଲା ସାନି ତଦନ୍ତ - ପାରାଦ୍ବୀପ ପୋର୍ଟ

ମଙ୍ଗୋଲିଆର ଜାହାଜ, ଏମଭି ବ୍ଲାକ୍ ରୋଜ ବୁଡିବା ଘଟଣାକୁ ନେଇ ରାଜ୍ୟ ସରକାର ଡିଜିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେବାପରେ ପୋଲିସ ବିଭାଗ ପକ୍ଷରୁ ପାରାଦ୍ବୀପ ପୋର୍ଟକୁ ଅଧିକ ତଥ୍ୟ ମଗାଯାଇଛି । ଅଧିକ ପଢନ୍ତୁ...

ବ୍ଲାକରୋଜ୍ ବୁଡି ଘଟଣା: ଆରମ୍ଭ ହେଲା ସାନି ତଦନ୍ତ
ବ୍ଲାକରୋଜ୍ ବୁଡି ଘଟଣା: ଆରମ୍ଭ ହେଲା ସାନି ତଦନ୍ତ

By

Published : Aug 12, 2020, 9:19 PM IST

ଜଗତସିଂହପୁର: ବଙ୍ଗୋପସାଗରର ପାରାଦ୍ବୀପ ଉପକୂଳରେ ୨୦୦୯ ସେପ୍ଟେମ୍ବର ୯ ତାରିଖରେ ମଙ୍ଗୋଲିଆର ଜାହାଜ, ଏମଭି ବ୍ଲାକ୍ ରୋଜ୍ ସ୍ଥଳଭାଗ ଠାରୁ ପ୍ରାୟ ୨୦ କିଲୋମିଟର ଦୂର ସମୁଦ୍ର ମଧ୍ୟରେ ବୁଡିଯାଇଥିଲା। ଏଥିରେ ୨ ଜଣ ନାବିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜାହାଜରେ ଥିବା ୨୩ ହଜାର ୮୪୭ ଶହ ମେଟ୍ରିକ୍ ଟନ୍ ଖଣିଜ ପଣ୍ୟ ଅଥଳ ସାଗରରେ ବୁଡି ଯାଇଥିଲା। ସେ ସମୟରେ ରାଜ୍ୟ ସରକାର ଘଟଣାର ଗୁରୁତ୍ବକୁ ଦେଖି କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହାରି ମଧ୍ୟରେ ୧୧ ବର୍ଷ ବିତିଯାଇ ଥିଲେ ମଧ୍ୟ ତଦନ୍ତ ପ୍ରକ୍ରିୟା ଶେଷ ହୋଇପାରିନାହିଁ । ଏ ସଂକ୍ରାନ୍ତରେ ପାରାଦ୍ବୀପ ବନ୍ଦର କର୍ତ୍ତୃପକ୍ଷ ବ୍ଲାକ ରୋଜ ବାବଦରେ ୧୭ କୋଟି ୬୫ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି। କିନ୍ତୁ ଫଳ ଶୂନ ।

ବ୍ଲାକରୋଜ୍ ବୁଡି ଘଟଣା: ଆରମ୍ଭ ହେଲା ସାନି ତଦନ୍ତ

ଅନ୍ୟପକ୍ଷରେ ମଙ୍ଗୋଲିଆର ବ୍ଲାକରୋଜର ମାଲିକଙ୍କୁ ବାରମ୍ବାର ବୈଦେଶିକ ମନ୍ତ୍ରଣାଳୟ ସହଯୋଗରେ କ୍ରାଇମବ୍ରାଞ୍ଚ ହାଜର ପାଇଁ ବାରମ୍ବାର ନୋଟିସ୍ କରିଥିଲେ ବି ହାଜର ହୋଇ ନାହାନ୍ତି । ଫଳରେ ତଦନ୍ତ ପ୍ରକ୍ରିୟା ଆଗେଇ ପାରିନଥିବା କୁହାଯାଉଛି। ଶହଶହ କୋଟି ଟଙ୍କାର ଖଣିଜ ସମ୍ପଦ ବୁଡିଯାଇଥିଲେ ବି ଏଥିପ୍ରତି କେହି କାହିଁକି ତତ୍ପରତା ଦେଖାଉ ନାହାନ୍ତିଁ ଏହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି। ରାଜ୍ୟ ସରକାର ଏହି ଘଟଣାକୁ ନେଇ ଡିଜିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେବାପରେ ପୋଲିସ ବିଭାଗ ପକ୍ଷରୁ ପାରାଦ୍ବୀପ ପୋର୍ଟକୁ ଅଧିକ ତଥ୍ୟ ମଗାଯାଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details