ଓଡିଶା

odisha

ETV Bharat / state

ବିଜୟ ଶଙ୍କରଙ୍କୁ ଘେରିଲା ବିଜେପି ଯୁବ ମୋର୍ଚ୍ଚା - bjp youth wing target to bjd mla bijay Shankar das

ଜଗତସିଂହପୁର ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ପ୍ରେମିକା ସୋମାଲିକା ଦାଶଙ୍କୁ ଯୌନ ଶୋଷଣ କରିବାର ଅଭିଯୋଗ କରିଥିଲେ ମଧ୍ୟ ଜଗତସିଂହପୁର ପୋଲିସ ଏସମ୍ପର୍କ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଯାହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି ।

ବିଜୟ ଶଙ୍କରଙ୍କୁ ଘେରିଲା ବିଜେପି ଯୁବ ମୋର୍ଚ୍ଚା
ବିଜୟ ଶଙ୍କରଙ୍କୁ ଘେରିଲା ବିଜେପି ଯୁବ ମୋର୍ଚ୍ଚା

By

Published : Jul 26, 2022, 8:50 PM IST

ଜଗତସିଂପୁର: ଜଗତସିଂହପୁର ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ପ୍ରେମିକା ସୋମାଲିକା ଦାଶଙ୍କୁ ଯୌନ ଶୋଷଣ କରିବାର ଅଭିଯୋଗ କରିଥିଲେ ମଧ୍ୟ ଜଗତସିଂହପୁର ପୋଲିସ ଏସମ୍ପର୍କ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଯାହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି ।

ବିଜୟ ଶଙ୍କରଙ୍କୁ ଘେରିଲା ବିଜେପି ଯୁବ ମୋର୍ଚ୍ଚା

ବିଜେପି ପକ୍ଷରୁ ଆଜି ତିର୍ତ୍ତୋଲ ସ୍ଥିତ ଆନନ୍ଦ ମଣ୍ଡପରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସମ୍ପାଦକ ଡ. ପ୍ରକାଶ ଚନ୍ଦ୍ର ଦଳାଇ ଅଭିଯୋଗ କରିଛନ୍ତି ଯେ ତିର୍ତ୍ତୋଲ ବିଧାୟକଙ୍କ ଦ୍ୱାରା ପ୍ରେମିକ ସୋମାଲିକା ଦାସ ଯୌନ ଶୋଷଣର ଶିକାର ହୋଇ ଜଗତସିଂହପୁର ଥାନା ରେ ଅଭିଯୋଗ କରିଥିଲେ। ଅଭିଯୋଗ କାରଣୀଙ୍କ ଅଭିଯୋଗ ଅନୁସାରେ ପୋଲିସ ଦଫା 420, ଠକେଇ , ଧୋକା ଦେବା, ଦଫା 195-A ଜୀବନ ରୁ ମାରିଦେବା ପାଇଁ ଧମକ, 506-A ଅପରାଧୀକ ଉଦ୍ଦେଶ୍ୟ , 294 ଅଶ୍ଲିଳ ଗାଳି ଗୁଲଜ, 509 ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେବା, 341 ମନ୍ଦ ଉଦ୍ଦେଶ୍ୟ ରଖିବା, 120-B ବିଧାୟକ ଯୌନ ଶୋଷଣ କରିବା ଭଳି ସଙ୍ଗିନୀ ଦଫା ଲାଗିଛି । ହେଲେ ଏହାର ପ୍ରାଥମିକ ତଦନ୍ତ ନକରି ଜଗତସିଂହପୁର ପୋଲିସ ରାଜ୍ୟ କ୍ରାଇମବ୍ରାଞ୍ଚ ଙ୍କୁ ମାମଲା ହସ୍ତାନ୍ତର କରିବାକୁ ଚିଠି ଲେଖିଲେ । ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ବିଧାୟକଙ୍କ ସମେତ ମାନସ ଦାସ, ଦିଲୀପ ଦାସ, ସୁରଜିତି ଦାସ, ତୋସାଲ ବିଶ୍ୱାଳ, ଓ ଜିଲାପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇଙ୍କ ନାମରେ ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ ଏମାନଙ୍କୁ ଗିରଫ କରୁନାହିଁ । ଏହି ଘଟଣାରେ ବିଜେପି ଯୁବମୋର୍ଚା ସମ୍ପାଦକ ବିଜୟ ଶଙ୍କରଙ୍କ ଇସ୍ତଫା ଦାବି କରିବା ସହ ତୁରନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏସମ୍ପର୍କରେ ବିଜୟ ଶଙ୍କରଙ୍କ ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ପୋଲିସ କୌଣସି ମନ୍ତବ୍ୟ ଦେଇ ନାହିଁ ।

ଇଟିଭି ଭାରତ, ଜଗତସିଂହପୁର

For All Latest Updates

TAGGED:

ABOUT THE AUTHOR

...view details