ଜଗତସିଂହପୁର: ମାତ୍ର ଦୁଇଜଣ କାଉନସିଲ୍ରରେ ବିଜେପି ହାତେଇଲା ଜଗତସିଂହପୁର ପୌରପରିଷଦର ଉପାଧ୍ୟକ୍ଷ ପଦ । ରାଜ୍ୟର ଅନ୍ୟ ପୌରପରିଷଦ ଭଳି ଆଜି (ଗୁରୁବାର) ଜଗତସିଂହପୁର ପୌରପରିଷଦର ଉପାଧ୍ୟକ୍ଷ ପଦ ପାଇଁ ମଧ୍ୟ ନିର୍ବାଚନ ହୋଇଥିଲା । ଏଥିରେ ଭାରତୀୟ ଜନତା ପାର୍ଟି(BJP) ରାଜେନ୍ଦ୍ର ବିଶୋଇଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜୁ ଜନତା ଦଳ(BJD) ମନୋଜ ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା । ତେବେ 21ଟି ୱାର୍ଡ ବିଶିଷ୍ଟ ଜଗତସିଂହପୁର ପୌରପରିଷଦର ସଦ୍ୟ ସମାପ୍ତ ନିର୍ବାଚନରେ ବିଜେଡି 9ଟି କାଉନସିଲର ଥିବା ବେଳେ କଂଗ୍ରେସର 7, ବିଜେପିର 2 ଓ 3 ଜଣ ସ୍ବାଧୀନ ନିର୍ବାଚିତ ହୋଇଥିଲେ।
ମାତ୍ର ୨ଜଣ କାଉନସିଲରରେ ବିଜେପି କବଜାରେ ଜଗତସିଂହପୁର ପୌରପରିଷଦର ଉପାଧ୍ୟକ୍ଷ ପଦ - ବିଜେପି ବିଜୟୀ ଜଗତସିଂହପୁର
ସଦ୍ୟ ସମାପ୍ତ ପୌରନିର୍ବାଚନରେ 21ଟି ୱାର୍ଡ ବିଶିଷ୍ଟ ଜଗତସିଂହପୁର ପୌରପରିଷଦରେ ବିଜେଡିର କାଉନସିଲର ସଂଖ୍ୟା 9 ଥିବା ବେଳେ କଂଗ୍ରେସର 7, ବିଜେପିର 2 ଓ 3 ଜଣ ସ୍ବାଧୀନ ନିର୍ବାଚିତ ହୋଇଥିଲେ । ଅଧିକ ପଢନ୍ତୁ
ମାତ୍ର ୨ଜଣ କାଉନସିଲରରେ ବିଜେପି କବ୍ଜାରେ ଜଗତସିଂହପୁର ପୌରପରିଷଦର ଉପାଧ୍ୟକ୍ଷ ପଦ
ବିଜେପି କବଜାରେ ଜଗତସିଂହପୁର ପୌରପରିଷଦର ଉପାଧ୍ୟକ୍ଷ ପଦ
ତେବେ ଶାସକ ବିଜେଡିକୁ ଜଣେ ସ୍ବାଧୀନ କାଉନସିଲର ସମର୍ଥନ ଦେଇଥିବା ବେଳେ ବିଜେପି ପ୍ରାର୍ଥୀ ରାଜେନ୍ଦ୍ର ବିଶୋଇଙ୍କୁ କଂଗ୍ରେସର 7 କାଉନସିଲରଙ୍କ ସମେତ ଦୁଇ ସ୍ବାଧୀନ କାଉନସିଲର ସମର୍ଥନ କରିଥିଲେ। ଫଳରେ ଜଗତସିଂହପୁର ପୌର ଉପାଧ୍ୟକ୍ଷ ପଦବୀ କଂଗ୍ରେସ ସମର୍ଥନରେ ବିଜେପି ବିଜୟୀ ହୋଇଥିବା ଜଣାପଡିଛି। ବିଜେଡିକୁ କ୍ଷମତା ଠାରୁ ଦୂରେଇ ରଖିବା ପାଇଁ ଜଗତସିଂହପୁର ପୌର ପରିଷଦରେ କଂଗ୍ରେସ-ବିଜେପି ମେଣ୍ଟ କରାଯାଇଥିବା ଦେଖିବାକୁ ମିଳିଛି । ରାଜନୀତିର ଏହି ରୋଚକ ସମୀକରଣକୁ ନେଇ ଜିଲ୍ଲା ତଥା ସାରା ରାଜ୍ୟରେ ରାଜନୈତିକ ମହଲରେ ଚର୍ଚ୍ଚା ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ