ଜଗତସିଂହପୁର : ଜିଲ୍ଲା ବିଜେପି ପକ୍ଷରୁ ଜଗତସିଂହପୁର ବ୍ଲକ ସମ୍ମୁଖରେ ଗଣ ଧାରଣା ଦେବା ସହ ବିଜୁ ପକ୍କାଘର ଯୋଜନାରେ ଆସିଥିବା ଚିଠିକୁ ଚିରିଛି ବିଜେପି। ଆଜି ଦିନ ଗୋଟାଏ ସମୟରେ ହଠାତ୍ ବିଜେପି ପକ୍ଷରୁ ଜିଲ୍ଲା ସଭାପତିଙ୍କ ନେତୃତ୍ବରେ ଶତାଧିକ କର୍ମୀ ବ୍ଲକକୁ ଘେରାଉ କରିଥିଲେ । ଏହାସହ ବିଜୁ ପକ୍କାଘର ଯୋଜନାର ଚିଠିକୁ ଚିରି ମଧ୍ୟ ଦେଇଥିଲେ। ବିଜେପି ଅଭିଯୋଗ କରିଛି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ଅର୍ଥ ପ୍ରଦାନ କରୁଛନ୍ତି ।
ବିଜୁ ପକ୍କାଘର ଚିଠି ଚିରିଲା ବିଜେପି: ବ୍ଲକ ଆଗରେ ବିକ୍ଷୋଭ ପ୍ରର୍ଦଶନ
ବିଜୁ ପକ୍କାଘର ଚିଠି ଚିରିଲା ବିଜେପି । ବ୍ଲକ ଆଗରେ ବିକ୍ଷୋଭ ପ୍ରର୍ଦଶନ । ଅଧିକ ପଢନ୍ତୁ...
ବିଜୁ ପକାଘର ଚିଠି ଚିରିଲା ବିଜେପି :ବ୍ଳକ ଆଗରେ ବିକ୍ଷୋଭ ପ୍ରର୍ଦଶନ
କିନ୍ତୁ ରାଜ୍ୟ ସରକାର ତାକୁ ହଡପ କରି ବିଜୁ ପକ୍କା ଘର ଯୋଜନା ନାମକରଣ କରିବା ସହ ବିଜୁ ପଟ୍ଟନାୟକଙ୍କ ଲୋଗୋ ରଖି ନିଜର ପ୍ରଚାର କରୁଛନ୍ତି। ରାଜ୍ୟ ସରକାର ଏଥିରୁ ତୁରନ୍ତ ବିରତ ନହେଲେ ଆଗାମୀ ଦିନରେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ