ଜଗତସିଂହପୁର: ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଏକ ଭାସାଣି କାର୍ଯ୍ୟକ୍ରମକୁ ନେଇ ଶାସକ ବିଜେଡି ଓ ବିଜେପି କର୍ମୀ ମୁଁହା ମୁହିଁ ହୋଇଥିଲେ । ଏନେଇ କୁଜଙ୍ଗ ପୋଲିସ ବିଜେପି କର୍ମୀଙ୍କୁ ଗିରଫ କରିଥିବା ନେଇ ଅଭିଯୋଗ । ପ୍ରତିବାଦରେ ପାରାଦ୍ବୀପ ବିଜେପି ନେତା ଓ କର୍ମୀ ଥାନା ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ବିଜେପି ନେତାଙ୍କ ଗିରଫକୁ ନେଇ କୁଜଙ୍ଗ ଥାନା ଘେରାଉ ସୂଚନା ଅନୁଯାୟୀ, କୁଜଙ୍ଗ ଥାନା ଅନ୍ତର୍ଗତ ପାଟପୁର ପଞ୍ଚାୟତ ବଉଳାଙ୍ଗ ଗ୍ରାମର ବିଜେପି ପଞ୍ଚାୟତ ସମିତି ପ୍ରାର୍ଥୀ ପ୍ରିୟ ନାଥ ସ୍ବାଇଁ ଙ୍କ ସହ ବିଜେଡି ନେତା, ପହଲି ସ୍ବାଇଁ ଙ୍କ ମଧ୍ୟରେ ଏକ ଭାଷଣ କୁ ନେଇ କଥା କଟାକଟି ହୋଇଥିଲା । ଯାହାକୁ ନେଇ ପୋଲିସରେ ଅଭିଯୋଗ ହେବା ପରେ ପୋଲିସ ବିଜେପି ନେତା ପ୍ରିୟନାଥ ସ୍ବାଇଁ ଙ୍କୁ ଗିରଫ କରିଥିଲା । ପ୍ରତିବାଦରେ ପାରାଦ୍ବୀପର ବିଜେପି ନେତା ସମ୍ପଦ ସ୍ବାଇଁ ଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ପୋଲିସର ଏକ ପାଖିଆ କାର୍ଯ୍ୟାନୁଷ୍ଠାନକୁ ନେଇ ଥାନା ଘେରାଉ ସହିତ ବିଜେପି କର୍ମୀଙ୍କୁ ନିଃସ୍ବାର୍ଥ ଖଲାସ ଦାବୀ କରିଛନ୍ତି ।
ଏନେଇ ବିଜେପି ନେତା ସମ୍ପଦ ସ୍ବାଇଁ କହିଛନ୍ତି," ପାଟପୁର ପଞ୍ଚାୟତର ବଉଳାଙ୍ଗ ଗ୍ରାମର ପ୍ରିୟ ନାଥ ସ୍ବାଇଁ ଯିଏ ଭାରତୀୟ ପଞ୍ଚାୟତ ସମିତିର ଜନତା ପାଇଁ ଲଢୁଥିଲେ । ତାଙ୍କ ପୋଲିସ ବିନା କାରଣରେ ଗିରଫ କରି ଥାନାକୁ ପଠେଇଛି । ତାର ପ୍ରତିବାଦରେ ଆଜି ଗ୍ରାମବାସୀ ଧାରଣା ଦେଇଛନ୍ତି । ସେ ପଞ୍ଚାୟତରେ ପହଲି ସ୍ବାଇଁ ନାମକ ଜଣେ ମୁଷ୍ଟିମୟ ବ୍ୟକ୍ତି ଯିଏ ବିଜୁ ଜନତା ଦଳର ନେତା ଓ ବିଧାୟକଙ୍କର ଖାସ ଲୋକ । ତେଣୁ ତାଙ୍କୁ ପୋଲିସ ଗିରଫ ନକରି ପ୍ରିୟ ନାଥ ସ୍ବାଇଁଙ୍କୁ ଗିରଫ କରାଯାଇଛି । ଯେତେବେଳେ ସିଏ ବିନା କାରଣରେ ଏହି ଗଣ୍ଡଗୋଳ ସୃଷ୍ଟି କରିଥିଲେ। ଭସାଣି ହେଉଥିବା ବେଳେ ତାଙ୍କର ଭାଇ ଗୋଟେ ଭଉଣୀ ଉପରକୁ ଆକ୍ରମଣ କରିବାକୁ ଯାଉଥିଲେ । ତେବେ ପ୍ରିୟନାଥ ସ୍ବାଇଁ ତାଙ୍କୁ ଅଟକାଇବାକୁ ଗଲା ବେଳକୁ ସେଥିରେ ସେ ରାଗ ରଖି ପ୍ରିୟ ନାଥ ସ୍ବାଇଁ ଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ଏନେଇ ପୋଲିସ ବିନା ପ୍ରମାଣରେ ତାଙ୍କୁ ଗିରଫ କରିଛି । ଏନେଇ ଥାନା ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛୁ । "
ଇଟିଭି ଭାରତ, ଜଗତସିଂହପୁର