ଓଡିଶା

odisha

ETV Bharat / state

ପରାଜୟ ନେଇ ବିଜେପିର ମାନସମନ୍ଥନ - ପରାଜୟକୁ ନେଇ ବିଜେପିର ମାନସ ମନ୍ଥନ

ପଞ୍ଚାୟତ ଓ ପୌର ନିର୍ବାଚନରେ ନୈରାଶ୍ୟ ଜନକ ପ୍ରଦର୍ଶନ ନେଇ ବିଜେପିର ମାନସମନ୍ଥନ । ତୃଣମୂଳସ୍ତରରେ କିପରି ଦଳକୁ ମଜଭୁତ କରିବା ଓ ସଂଗଠନକୁ ସୁଦୃଢ ଦିଗରେ କାମ କରିହେବ ସେନେଇ କର୍ମୀ ମାନଙ୍କୁ ଦିଆଯାଇଛି ଗୁରୁମନ୍ତ୍ର । ଅଧିକ ପଢ଼ନ୍ତୁ

ପରାଜୟକୁ ନେଇ ବିଜେପିର ମାନସ ମନ୍ଥନ, କର୍ମୀ ମାନଙ୍କୁ ଦେଲେ ଗୁରୁମନ୍ତ୍ର
ପରାଜୟକୁ ନେଇ ବିଜେପିର ମାନସ ମନ୍ଥନ, କର୍ମୀ ମାନଙ୍କୁ ଦେଲେ ଗୁରୁମନ୍ତ୍ର

By

Published : May 4, 2022, 9:55 PM IST

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବିଜେପି ପକ୍ଷରୁ ପଞ୍ଚାୟତ ଓ ପୌର ନିର୍ବାଚନରେ ନୈରାଶ୍ୟ ଜନକ ପ୍ରଦର୍ଶନକୁ ନେଇ ଏକ ଆତ୍ମସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜି ଅପରାହ୍ନରେ ସ୍ଥାନୀୟ ସାରଦା ମଣ୍ଡପରେ ଅନୁଷ୍ଠିତ ଏହି ବୈଠକରେ ବିଜେପିର ବରିଷ୍ଠ ନେତା ପୃଥୀରାଜ ହରିଚନ୍ଦନ ଯୋଗଦେଇ ଜିଲ୍ଲାରେ ବିଜେପିର ନୈରାଶ୍ୟଜନକ ପ୍ରଦର୍ଶନର କାରଣ ପଚାରି ବୁଝିଥିଲେ ।

ଜିଲ୍ଲାର ସମସ୍ତ ପରାଜିତ ପ୍ରାର୍ଥୀ ଏଥିରେ ଯୋଗଦେଇ ନିଜର ମତ ପ୍ରଦାନ କରିଥିଲେ । ୨୦୧୭ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାରେ ବିଜେପିର ଭୋଟହାର ବୃଦ୍ଧି ପାଇଥିଲେ ମଧ୍ୟ ଚଳିତ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳକୁ ଶକ୍ତ ଧକ୍କା ଲାଗିଛି । ଆଶାତୀତ ଭାବେ ଭୋଟ ହାର କମର କାରଣ ଖୋଜିଥିଲେ ବିଜେପି ନେତା ।

ତୃଣମୂଳସ୍ତରରେ କିପରି ଦଳକୁ ମଜଭୁତ କରିବା ଓ ସଂଗଠନକୁ ସୁଦୃଢ ଦିଗରେ କାମ କରିବାକୁ ପୃଥ୍ୱୀରାଜ ହରିଚନ୍ଦନ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ଏହି ବୈଠକରେ ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ବିଜେପି ନେତା ପ୍ରତାପ ମିଶ୍ର, ପୂର୍ବତନ ବିଜେପି ଜିଲ୍ଲା ସଭାପତି ଉପେନ୍ଦ୍ର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details