ଜଗତସିଂହପୁର: ରାଜ୍ୟ କୃଷି ନୀତିକୁ ବିରୋଧ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ରାଜ୍ୟକୁ ଶାସନ କରୁଥିବା ଦଳ ଚାଷୀଙ୍କ ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କରିପାରିନାହାଁନ୍ତି ବୋଲି କହିଛି ବିଜେପି ।
କେନ୍ଦ୍ର ସରକାର କୃଷକଙ୍କର ଉନ୍ନତି ପାଇଁ ବିଶେଷ କରି କୃଷକଙ୍କ ଆୟ ଦ୍ବିଗୁଣିତ କରିବା ପାଇଁ ପଦକ୍ଷେପ ନେଉଥିବା ବେଳେ ରାଜ୍ୟ ସରକାରଙ୍କ ଅସହଯୋଗ କାରଣରୁ ଓଡ଼ିଆ ଚାଷୀ କେନ୍ଦ୍ରୀୟ ଯୋଜନାରୁ ବଞ୍ଚିତ ହେଉଛନ୍ତି ।
ରାଜ୍ୟ କୃଷି ନୀତିକୁ ବିରୋଧ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି ଏନେଇ ରାଜ୍ୟ ବିଜେପି କୃଷିକ ସେଲ ଆବାହକ ହୃଷିକେଶ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି । ସେ କହିଛନ୍ତି ଯେ କେନ୍ଦ୍ର ସରକାର ଧାନର ଏମଏସପି 1868 ଟଙ୍କା ଦେଉଥିବା ବେଳେ ମଣ୍ଡିରେ 3 କିଲୋରୁ 8 କିଲୋ ପର୍ଯ୍ୟନ୍ତ କାଟି ଦିଆଯାଉଛି । ଫଳରେ ଚାଷୀ ପ୍ରକୃତ ମୂଲ୍ୟ ପାଇପାରୁନାହିଁ । ମଣ୍ଡି ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଅର୍ଥର ବ୍ୟବସ୍ଥା କରିଥିବା ବେଳେ ରାଜ୍ୟ ସରକାର ତାହା ବିନିଯୋଗ କରୁନାହାଁନ୍ତି ।
ଧାନ କିଣାରେ କେନ୍ଦ୍ର ଚଳିତ ବର୍ଷ 18 ହଜାର କୋଟି ଟଙ୍କା ଦେଇଥିବା ବେଳେ ଓଡ଼ିଶାରେ ଆଦ୍ୟାବଧି ଅନେକାଂଶ ମଣ୍ଡି ଖୋଲି ପାରିନାହିଁ । ସେପଟେ କେନ୍ଦ୍ର ସରକାର ଓଡିଶାରୁ 1 ଲକ୍ଷ ମେଟ୍ରିକ ଟନ ଧାନ କିଣିବା ପାଇଁ ଲକ୍ଷ ରଖିଥିବା ବେଳେ ଓଡିଶା ସରକାର ଟୋକନ ନାମରେ ଚାଷୀଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ