ଜଗତସିଂହପୁର : ପାରାଦ୍ଵୀପ ବନ୍ଦରାଞ୍ଚଳରେ ଥିବା ଶିଳ୍ପ ସଂସ୍ଥାମାନେ ନିଜସ୍ୱ ପାଣ୍ଠି କିମ୍ବା ସିଏସଆର ଫଣ୍ଡ ଖର୍ଚ୍ଚ କରି ଶ୍ରମିକ ମାନଙ୍କୁ କୋଭିଡ ଟିକା କରଣ କରିବାକୁ ଦାବି କରିଛି ବିଜେପି ଓବିସି ସେଲ୍। ଏସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଓବିସି ସେଲ୍ ଉପସଭାପତି ନୃସିଂହ ସାହୁ , ମୋହିତ ମହାନ୍ତି ଓ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତପନ ବେହେରା ପ୍ରମୁଖ ଯୋଗଦେଇ କମ୍ପାନୀ ଗୁଡ଼ିକୁ ସମାଲୋଚନା କରିଛନ୍ତି।
ଶ୍ରମିକଙ୍କୁ ଟିକା ଦେବାକୁ ବିଜେପିର ଦାବି - BJP pressmeet
ପାରାଦ୍ଵୀପ ବନ୍ଦରାଞ୍ଚଳରେ ଥିବା ଶିଳ୍ପସଂସ୍ଥା ମାନେ ନିଜସ୍ୱ ପାଣ୍ଠି କିମ୍ବା ସିଏସଆର ଫଣ୍ଡ ଖର୍ଚ୍ଚ କରି ଶ୍ରମିକ ମାନଙ୍କୁ କୋଭିଡ ଟିକା କରଣ କରିବାକୁ ଦାବି କରିଛି ବିଜେପି ଓବିସି ସେଲ୍ । ଅଧିକ ପଢନ୍ତୁ..
ଶ୍ରମିକମାନଙ୍କୁ ଟିକା ଦେବାକୁ ବିଜେପିର ଦାବି
ବର୍ତ୍ତମାନ କୋଭିଡ ମହାମାରୀ ସମୟରେ କେନ୍ଦ୍ର ଓ ରାଜ୍ୟ ସଙ୍ଘର୍ଷ କରୁଥିବାବେଳେ କମ୍ପାନୀ ମାନେ କେବଳ ନିଜସ୍ଵ ସ୍ବାର୍ଥରେ ନିହିତ ହୋଇଛନ୍ତି। ଫଳରେ ବିଭିନ୍ନ କମ୍ପାନୀରେ କାର୍ଯ୍ୟରତ ଶ୍ରମିକମାନେ ଗ୍ରାମାଞ୍ଚଳରେ କୋରୋନା ସୁପର ସ୍ପେଡର ଭାବେ ଉଭା ହେଉଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବିଜେପି ଓବିସି ସେଲ୍ ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ତୁରନ୍ତ ପଦକ୍ଷେପ ନେବାକୁ ନିବେଦନ କରାଯାଇଛି। ନଚେତ ଆଗାମୀ ଦିନରେ ଓବିସି ସେଲ୍ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ମଧ୍ୟ ଦେଇଛି ।
ଜଗତସିଂହପୁରରୁ ଶୁସାନ୍ତ ପାତ୍ର, ଇଟିଭି ଭାରତ