ଜଗତସିଂହପୁର:କେନ୍ଦ୍ର ସରକାରଙ୍କ ଭାରତମାଳା ଯୋଜନାରେ ଜାତୀୟ ରାଜପଥଟି ଓଡ଼ିଶାର ଗୋପାଳପୁର ଠାରୁ ପାରାଦ୍ବୀପ ଦେଇ ଦୀଘାକୁ ସଂଯୋଗ କରିବା ପାଇଁ ମ୍ୟାପ ପ୍ରସ୍ତୁତ ହୋଇଛି । ଅଚାନକ ମ୍ୟାପର ପରିବର୍ତ୍ତନକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଭାରତମାଳା ପରି ଯୋଜନାରେ ଜାତୀୟ ରାଜପଥଟି ଗୋପାଳପୁର ଦେଇ ପୁରୀ ଓ ପରେ ଜଗତସିଂହପୁର ଜିଲ୍ଲାର ନହରଣା, ମରିଚିପୁର, କୁସୁପୁର, ଓସ୍କଣା, ଅନନ୍ତପୁର ଆଦି ଦେଇ ଯିବାର ଥିଲା । କିନ୍ତୁ ହଟାତ ମ୍ୟାପରେ ପରିବର୍ତ୍ତନ କରାଯାଇଥିବାରୁ ସ୍ଥାନୀୟ ଲୋକ ଏହାକୁ ବିରୋଧ କରିଛନ୍ତି । ସ୍ଥାନୀୟ ଲୋକଙ୍କୁ ନେଇ ଗଠିତ ଉପକୂଳ ରାଜପଥ କ୍ରିୟାନୁଷ୍ଠାନ କମିଟି ଏହାକୁ ବିରୋଧ କରିଛି ।
ଏହାକୁ ବିରୋଧ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଛି । ସଂଗଠନ ପକ୍ଷରୁ କୁହାଯାଇଛି ଯେ ସାଗର ମାଳାଯୋଜନାରେ କେନ୍ଦ୍ର ସରକାର ସମୁଦ୍ର ଉପକୂଳ ଦେଇ ରାସ୍ତା ନିର୍ମାଣର ପରିକଳ୍ପନା କରି ଏହି ପ୍ରକଳ୍ପ ଆରମ୍ଭ କରାଯାଇଥିଲା । କିନ୍ତୁ ହଠାତ ଉପକୂଳ ଠାରୁ 25 କିଲୋମିଟର ଦୂରକୁ ରାସ୍ତା ଘୁଞ୍ଚାଇ ଦିଆଯାଉଛି । ଯାହା ଠିକ ନୁହେଁ । ପ୍ରଥମତଃ ସମୁଦ୍ର ଠାରୁ 5 କିଲୋମିଟର ଦୂର ମଧ୍ୟରେ ଯଦି ସାଗରମାଳା ଯୋଜନର ରାସ୍ତା ନିର୍ମାଣ ହୁଏ ତେବେ ଲୁଣା ପାଣି ମାଡ଼ି ଆସିବାର ସ୍ଥାୟୀ ସମାଧାନ ହେବ । ଏହା ସହିତ ଉପକୂଳ ଅଞ୍ଚଳ ବ୍ୟବସାୟୀଙ୍କ ପେଣ୍ଠସ୍ଥଳ ପାଲଟିବ। 2015ରୁ ଏହି ସାବାରମାଳା ବା ଭାରତମାଳା ଯୋଜନା ଆରମ୍ଭ ହୋଇଛି ।