ପ୍ରଶାନ୍ତଙ୍କ ଦମ୍ଭୋକ୍ତି: ଜଗତସିଂହପୁରରେ ସମସ୍ତ ଜିଲ୍ଲା ପରିଷଦ ଆସନ ଅକ୍ତିଆର କରିବ BJD - ଜଗତସିଂହପୁର ପଞ୍ଚାୟତ ନିର୍ବାଚନ ଅପଡେଟ
ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ତଥା ବିଧାୟକ ପ୍ରଶାନ୍ତ ମୁଦୁଲି ଏବେ ବିଭିନ୍ନ ପଞ୍ଚାୟତ ବୁଲି ଅସନ୍ତୁଷ୍ଟ କର୍ମୀ ମାନଙ୍କୁ ବୁଝାଇବାକୁ ପ୍ରୟାସ ଆରମ୍ଭ କରିଥିବା ବେଳେ ପ୍ରାର୍ଥୀ ମାନଙ୍କୁ ବିଜୟର ଗୁରୁମନ୍ତ୍ର ଦେଉଥିବା ଦେଖିବାକୁ ମିଳୁଛି । ଅଧିକ ପଢନ୍ତୁ
![ପ୍ରଶାନ୍ତଙ୍କ ଦମ୍ଭୋକ୍ତି: ଜଗତସିଂହପୁରରେ ସମସ୍ତ ଜିଲ୍ଲା ପରିଷଦ ଆସନ ଅକ୍ତିଆର କରିବ BJD ସମସ୍ତ ଜିଲ୍ଲା ପରିଷଦ ଆସନ ଅକ୍ତିଆର କରିବ ବିଜେଡି: ପ୍ରଶାନ୍ତ ମୁଦୁଲି](https://etvbharatimages.akamaized.net/etvbharat/prod-images/768-512-14362663-thumbnail-3x2-ffg.jpg)
ଜଗତସିଂହପୁର: ଜିଲ୍ଲା ବିଜେଡି ସଭାପତି ତଥା ବିଧାୟକ ପ୍ରଶାନ୍ତ ମୁଦୁଲି ଏବେ ବିଭିନ୍ନ ପଞ୍ଚାୟତ ବୁଲି ଅସନ୍ତୁଷ୍ଟ କର୍ମୀ ମାନଙ୍କୁ ବୁଝାଇବାକୁ ପ୍ରୟାସ ଆରମ୍ଭ କରିଥିବା ବେଳେ ପ୍ରାର୍ଥୀ ମାନଙ୍କୁ ବିଜୟର ଗୁରୁମନ୍ତ୍ର ଦେଉଥିବା ଦେଖିବାକୁ ମିଳୁଛି । ଜଗତସିଂହପୁର ଜିଲ୍ଲାରେ ପ୍ରଯ୍ୟାୟ କ୍ରମେ 26ଟି ଜିଲ୍ଲା ପରିଷଦ ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ 198ଟି ସରପଞ୍ଚ 198ଟି ସମିତି ସଭ୍ୟ ପଦ ପାଇଁ ନିର୍ବାଚନ ହେବ । ଗତ 2017 ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡି 23 ଆସନ ପାଇଥିବା ବେଳେ ବିଜେପି ଗୋଟିଏ ଓ କଂଗ୍ରେସ ଦୁଇଟି ଆସନ ପାଇଥିଲା । ଶାସକ ବିଜେଡି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବା ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇଥିଲା ।