ଓଡିଶା

odisha

ETV Bharat / state

କେନ୍ଦ୍ର ଅନ୍ୟାୟ ବିରୋଧରେ ବିଜେଡିର ଗଣଧାରଣା - ପାରାଦ୍ୱୀପ ଓ ଜଗତସିଂହପୁର ସହରରେ ବିଜେଡି ବିକ୍ଷୋଭ

କେନ୍ଦ୍ର ଅନ୍ୟାୟ ବିରୋଧରେ ବିଜେଡିର ଗଣଧାରଣା । ଜଗତସିଂହପୁରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ପାରାଦୀପର ପୌର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେଡି । ଅଧିକ ପଢ଼ନ୍ତୁ

କେନ୍ଦ୍ର ଅନ୍ୟାୟ ବିରୋଧରେ ବିଜେଡିର ଗଣ ଆନ୍ଦୋଳନ
କେନ୍ଦ୍ର ଅନ୍ୟାୟ ବିରୋଧରେ ବିଜେଡିର ଗଣ ଆନ୍ଦୋଳନ

By

Published : Feb 17, 2023, 12:15 PM IST

ଜଗତସିଂହପୁର: ପାରାଦ୍ୱୀପ ଓ ଜଗତସିଂହପୁର ସହରରେ ଗତକାଲି ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜଗତସିଂହପୁରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ପାରାଦୀପର ପୌର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେଡି । ଚାରିଦଫା ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛି ବିଜେଡି ।

ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଯେଉଁ 5 କିଲୋ ଚାଉଳ କେନ୍ଦ୍ର ସରକାର କାଟିଛନ୍ତି ତାହା ଜନ ବିରୋଧୀ ବୋଲି ଦଳ ଅଭିଯୋଗ କରିଛି । ଏହି ଯୋଜନାରେ କାଣ୍ଟଛାଣ୍ଟ ଯୋଗୁ ଗରିବଙ୍କ ଘରୋଇ ଖାଦ୍ୟ ସୁରକ୍ଷା ତଥା କୃଷକମାନେ ସିଧାସଳଖ ପ୍ରଭାବିତ ହେବେ।

ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି । ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ। ଓଡ଼ିଶାରେ ଧାନଚାଷ ଜରିଆରେ ଚାଷୀ ଗୁଜୁରାଣ ମେଣ୍ଟାଇ ଥାଏ ।କେନ୍ଦ୍ର ସରକାର ଓଡ଼ିଶାରୁ ଯେଉଁ ଧାନ ସଂଗ୍ରହ କରୁଥିଲେ ସେଥିରେ ମଧ୍ୟ ହ୍ରାସ କରାଯାଇଛି । ପ୍ରତେକ ବର୍ଷ ଫୁଡ଼ କର୍ପୋରେସନ ଅଫ ଇଣ୍ଡିଆ (FCI) ଦ୍ୱାରା 18 ଲକ୍ଷ ମେଟ୍ରିକ ଟନ ଚାଉଳ ଓଡିଶାରୁ କେନ୍ଦ୍ର ସରକାର ଆମଦାନୀ କରୁଥିଲେ ।

2022-2023ରେ କେନ୍ଦ୍ର ସରକାର FIC ମାଧ୍ୟମରେ ମାତ୍ର 4 ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି।ବିଜେଡି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦେଇଥିବା ପତ୍ରରେ ଦର୍ଶାଇଛି ଓଡ଼ିଶାର ବରଗଡ଼ ଜିଲ୍ଲାରେ କେବଳ 4ଲକ୍ଷ ମେଟ୍ରିକ ଟନ ଚାଉଳ ଉତ୍ପାଦନ ହେଉଛି । ଓଡ଼ିଶାର ଅବଶିଷ୍ଟ 29ଟି ଜିଲ୍ଲାର କ୍ରୟ ଧାନ କଣ ହେବ ବୋଲି ପ୍ରଶ୍ନ କରାଯାଇଛି । ରାଜ୍ୟକୁ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗରେ ବିଜେଡି ନେତାମାନେ ନିଜର ବକ୍ତବ୍ୟ ରଖିଥିଲେ । ଓଡ଼ିଶାରୁ ଅତିରିକ୍ତ ଚାଉଳ ଉଠାଣ ବନ୍ଦ କରି ଦିଆଯାଇ ଥିବାରୁ ବିଶେଷ ଭାବରେ ପଶ୍ଚିମ ଓଡିଶା କ୍ଷତିଗ୍ରସ୍ତ ହେବ।

କେନ୍ଦ୍ରର କ୍ରୟ ହ୍ରାସ ଯୋଗୁଁ ଓଡ଼ିଶାର କୃଷକ ମାନେ ଖାଦ୍ୟଶସ୍ୟ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ ଏମଏସପି ପାଇବାରୁ ବଞ୍ଚିତ ହେବେ ।ଗରିବ ଓ କୃଷକଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ତୁରନ୍ତ କେନ୍ଦ୍ର ସରକାର PMGKY କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ବିଜୁ ଜନତା ଦଳ ପକ୍ଷରୁ ନିବେଦନ କରାଯାଇଥିଲା । ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଜେଡି ସରକାର 23 ବର୍ଷ ଧରି କାର୍ଯ୍ୟ କରି ଆସୁଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗରିବ କଲ୍ୟାଣ ପାଇଁ ସୁ ବ୍ୟବସ୍ଥିତ ଢଙ୍ଗରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଥିବା କୁହାଯାଇଥିଲା । ଯଦି ଏହିଭଳି ଓଡିଶାକୁ ଅଣଦେଖା କରାଯାଏ ତେବେ ଆଗାମୀ 2024 ସାଧାରଣ ନିର୍ବାଚନରେ ଲୋକେ ଉଚିତ ଜବାବ ଦେବେ ବୋଲି ବିଜେଡି ଦୃଢୋକ୍ତି ପ୍ରକାଶ କରିଛି ।

ଇଟିଭି ଭାରତ,ଜଗତସିଂହପୁର

ABOUT THE AUTHOR

...view details