ଓଡିଶା

odisha

ETV Bharat / state

ଗାଁରେ ବହିଲାଣି ନିର୍ବାଚନୀ ହାୱା, ଅସନ୍ତୁଷ୍ଟ କର୍ମୀଙ୍କ ନିକଟତର ବିଜେଡି ନେତା - ଗାଁରେ ବହିଲାଣି ନିର୍ବାଚନୀ ହାୱା

ଜଗତସିଂହପୁରେ ଉଷ୍ମ ହେଲାଣି ରାଜନୈତିକ ପାଣିପାଗ। ଅସନ୍ତୁଷ୍ଟ କର୍ମୀ ମାନଙ୍କୁ ମନାଇବା ପାଇଁ ଗାଁ ମୁହାଁ ବିଜେଡି ନେତା। ଅଧିକ ପଢନ୍ତୁ

bjd party meeting in jagatsinghpur
bjd party meeting in jagatsinghpur

By

Published : May 9, 2023, 10:28 AM IST

ଅସନ୍ତୁଷ୍ଟ କର୍ମୀଙ୍କ ନିକଟତର ବିଜେଡି ନେତା

ଜଗତସିଂହପୁର: ପାଖେଇ ଆସୁଛି ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ଜଗତସିଂହପୁରେ ଉଷ୍ମ ହେଲାଣି ରାଜନୈତିକ ପାଣିପାଗ । ପଞ୍ଚାୟତ ସ୍ତରରେ ଅସନ୍ତୁଷ୍ଟ କର୍ମୀମାନଙ୍କୁ ମନାଇବା ପାଇଁ ପ୍ରୟାସ ଆରମ୍ଭ କଲେଣି ନେତା । ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ଜଗତସିଂହପୁର ଓ ନାଉଗାଁ ବ୍ଲକର ଅନେକ ପଞ୍ଚାୟତରେ ଶାସକ ବିଜୁ ଜନତା ଦଳ ମଧ୍ୟରେ ଅନ୍ତର୍ଦ୍ୱନ୍ଦ ଏବେ ତୀବ୍ର ହେବାରେ ଲାଗିଛି । ଏହାକୁ ପ୍ରଶମିତ କରିବା ପାଇଁ ସ୍ଥାନୀୟ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଗାଁ ଗାଁରେ କର୍ମୀ ସମ୍ମିଳନୀ କରି ଅସନ୍ତୁଷ୍ଟକୁ ସନ୍ତୁଷ୍ଟ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ବିଦ୍ୟାଳୟର ଉନ୍ନତି ପାଇଁ ଏକ ଲକ୍ଷ ଦାନ କଲେ ଅବସରପ୍ରାପ୍ତ ଶିକ୍ଷକ

ଜଗତସିଂହପୁର ବ୍ଲକ ଅନ୍ତର୍ଗତ ମଧୁସୂଦନପୁର ଶାସନ ପଞ୍ଚାୟତରେ ଶାସକ ବିଜେଡି ଏବେ ଦୁଇ ଭାଗରେ ବିଭକ୍ତ ହୋଇଛି । ଗତ ପଞ୍ଚାୟତ ନିର୍ବାଚନରେ ବିଜେଡିର ଦୁଇଗୋଷ୍ଠୀ ସମାନ୍ତରାଳ ଭାବେ ପ୍ରାର୍ଥୀ ଦେଇଥିଲେ । ପଞ୍ଚାୟତର ଯୁବନେତା ଦୀପ୍ତି ରଞ୍ଜନ ନନ୍ଦ ପ୍ରାର୍ଥୀ ଦେଇଥିବା ବେଳେ ବିଧାୟକଙ୍କ ଦୂର ସମ୍ପର୍କୀୟ ଅକ୍ଷୟ କୁମାର ରାୟଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରାଯାଇଥିଲା । ଫଳରେ ଏହି ପଞ୍ଚାୟତରେ ଭୋଟ ବିଭାଜିତ ହୋଇଥିଲା । କିନ୍ତୁ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଦୂର ସମ୍ପର୍କୀୟ ନିର୍ବାଚନରେ ହାରି ଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ-Power Outage Issue: ରାଜ୍ୟପାଳଙ୍କ ରିପୋର୍ଟ ତଲବ, ୭ଦିନରେ ଉତ୍ତର ଦେବେ ରାଜ୍ୟ ସରକାର

ଏହି ପଞ୍ଚାୟତରେ ବିଜେଡି ମଧ୍ୟରେ ଗୋଷ୍ଠୀ କନ୍ଦଳ ଦେଖାଦେଇଥିବାରୁ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ବିଜେଡିର ଗୋଷ୍ଠୀ କନ୍ଦଳକୁ ପ୍ରଶମିତ କରିବା ପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇଙ୍କୁ ଦାୟିତ୍ୱ ଦିଆ ଯାଇଥିବା ଜଣାପଡ଼ିଛି । ଜିଲ୍ଲାର ଛାମୁଆ ନେତାମାନେ ଏବେ ଗାଁ ଗାଁ ବୁଲି ଦଳ ମଧ୍ୟରେ ଥିବା ବିବାଦକୁ କିଭଳି ପ୍ରଶମିତ କରାଯିବ ସେ ନେଇ ଉଦ୍ୟମ ଆରମ୍ଭ କରିଛନ୍ତି । ଅପର ପକ୍ଷରେ ବିଧାୟକଙ୍କ ଉପରେ ଅସନ୍ତୁଷ୍ଟ କର୍ମୀମାନେ ଏବେ ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସଙ୍କ ଶିବିରରେ ପହଞ୍ଚୁଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ ପ୍ରଶାନ୍ତଙ୍କ ପାଇଁ ଅଡ଼ୁଆ ବଢିଛି । ବିଜେଡିର ଯୁବନେତା ଦୀପ୍ତି ରଞ୍ଜନ ନନ୍ଦଙ୍କୁ ମନାଇବା ପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇ ଓ ଜଗତସିଂହପୁର ବ୍ଲକ ଉପାଧ୍ୟକ୍ଷ ରତି ରଞ୍ଜନଙ୍କୁ ଦାୟିତ୍ୱ ଦିଆଯାଇଥିବା ଚର୍ଚ୍ଚା ହେଉଛି।

ଏହା ମଧ୍ୟ ପଢନ୍ତୁ-5T School Transformation; ତୃତୀୟ ପର୍ଯ୍ୟାୟ ଷଷ୍ଠ ଦିନରେ ୩୩୫ ସ୍କୁଲ ଲୋକାର୍ପିତ

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details