ଓଡିଶା

odisha

ETV Bharat / state

ଜଗତସିଂହପୁରରେ ବିଜେଡିର ଗୋଷ୍ଠୀ କନ୍ଦଳ, ବ୍ଲକ ଅଧ୍ୟକ୍ଷାଙ୍କୁ ତାଲା

ଜଗତସିଂହପୁରରେ ବିଜେଡି ବିଜେଡି ମଧ୍ୟରେ ଚାଲିଛି ଗୋଷ୍ଠୀ କନ୍ଦଳ । ହଟହଟା ହେଲେ ବ୍ଲକ ଅଧ୍ୟକ୍ଷା ।

By

Published : Jul 16, 2019, 2:28 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁର: ଜିଲ୍ଲାର ରଘୁନାଥପୁର ବ୍ଲକରେ ଦିନକୁ ଦିନ ବିଜେଡିରେ ଫାଟ ସୃଷ୍ଟି ହେବାରେ ଲାଗିଛି । ଏନେଇ ସୋମବାର ଦଳର ଗୋଷ୍ଠି କନ୍ଦଳ ଯୋଗୁଁ ହଟହଟା ହୋଇଛନ୍ତି ବ୍ଲକ ଅଧ୍ୟକ୍ଷା ସ୍ମୃତି ସାଇ ବଳ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ମିଳିଥିବା ସୂଚନାନୁଯାଇ, ଦିର୍ଘଦିନ ଧରି ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଓ ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ସମର୍ଥକଙ୍କ ମଧ୍ୟରେ ଏକ କାମକୁ ନେଇ ଛକାପଞ୍ଝା ଲାଗି ରହିଥିଲା । ତେବେ ବ୍ଲକ ଅଧ୍ୟକ୍ଷା ବିଷ୍ଣୁ ଦାସଙ୍କ ଗୋଷ୍ଠିକୁ ସମର୍ଥନ କରିବାରୁ ସୋମବାର ସନ୍ଧ୍ୟାରେ ରାଜଶ୍ରୀଙ୍କ ସମର୍ଥକ ବ୍ଲକ ଅଧ୍ୟକ୍ଷାଙ୍କୁ ତାଲା ପକାଇ ଦେଇଥିଲେ ।

ଖବରପାଇ ରଘୁନାଥପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ଲକ ଅଧ୍ୟକ୍ଷାଙ୍କୁ ଉଦ୍ଧାର କରଛି । ଜିଲ୍ଲାରେ ବିଜେଡିରେ ଆଭ୍ୟନ୍ତରୀଣ ଗୋଷ୍ଠି କନ୍ଦଳ ତୀବ୍ର ହେଉଥିବା ସୋମବାର ଘଟଣାରୁ ସ୍ପଷ୍ଟ ହୋଇଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details